ଓଡିଶା ପରିବେଶ କଂଗ୍ରେସ ଉଦଘାଟିତ; ବିକାଶ ଓ ପାରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି

ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି | ଆଜି ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ଠାରେ ଆୟାଜିତ ତୃତୀୟ ଓଡିଶା ପରିବେଶ କଂଗ୍ରେସ ର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ଦ୍ଧିତ ଅର୍ଥନୈତିକ କାର୍ଯ୍ୟକ୍ରମ ଦ୍ଵାରା ପାରିବେଶ ଉପରେ କୁପ୍ରଭାବ ପଡିଥାଏ | କିନ୍ତୁ ଲୋକଙ୍କ ଜୀବନ ଧାରଣ ମାନରେ ଊର୍ଣ୍ଣତି ଏବଂ ମୌଳିକ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ସରକାରଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ହୋଇଥାଏ |

ସାରା ବିଶ୍ଵ ରେ ଏହା ଆଜି ଏକ ଆହ୍ଵାନ ଭାବରେ ଦେଖାଦେଇନଥିଲେ ମଧ୍ୟ ବିକାଶଶୀଳ ଦେଶ ମାନଙ୍କରେ ଏହାର ପ୍ରଭାବ ଅଧିକ ଜଟିଳ ହୋଇପଡିଛି | ଟିଇଏନଇଉ ନିରନ୍ତର ବିକାଶ ସହିତ ପରିବେଶ ସୁରକ୍ଷା ମଧ୍ୟ ଜରୁରୀ | ଏହାକୁ ଆଖି ଆଗରେ ରାଜ୍ୟ ସରକାର ପାଣିପାଗ ପରିବହନ କାର୍ଯ୍ୟ ଯୋଜନା ଏବଂ ଉପକୂଳ ଅଞ୍ଚଳ ପରିଚାଳନା ଯୋଜନା ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି | ଚଳିତ ବର୍ଷର ଆଲୋଚନାର ବିଷୟ ଶକ୍ତି ଓ ପରିବେଶ ସମସ୍ୟା ଆହ୍ଵାନ ଓ ଓଡିଶାର ସମ୍ଭାବନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିକାଶ କାର୍ଯ୍ୟ କୁ ଆଗେଇଦେବା ପାଇଁ ଅଧିକ ବିଦ୍ୟୁତ ଶକ୍ତି ଉପ୍ତାଦନ ର ଆବଶ୍ୟକତା ରହିଛି | ତା ସହିତ ସ୍ଥାନୀୟ ଅଞ୍ଚଳ ର ପରିବେଶ ସୁରକ୍ଷା ମଧ୍ୟ ଅତ୍ୟଧିକ ଗୁରୁତ୍ଵପୂର୍ଣ୍ଣ |

20 ODISHA ENVOIRMENT CONGRESS INAGURATION (2)ତେଣୁ ରାଜ୍ୟ ସରକାର ଅକ୍ଷୟ ଶକ୍ତି ର ବିକାଶ ସହିତ ପରିବହନ ଓ ବଣ୍ଟନ କ୍ଷେତ୍ରରେ କ୍ଷତି ହ୍ରାସ କରିବା ଏବଂ ଶକ୍ତି ବ୍ୟବହାର ରେ ଅଧିକ ଦକ୍ଷତା ଉପରେ ଗୁରୁତ୍ଵ ଦେଉଛନ୍ତି | ଉଡନ୍ତା ପାଉଁଶ ର ବ୍ୟବହାର କ୍ଳିନ କୋଲ ବ୍ୟବହାର ଏବଂ ବିଦ୍ୟୁତ ପ୍ରକଳ୍ପ ର ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ପ୍ରତି ମଧ୍ୟ ଅଧିକ ଧ୍ୟାନ ଦିଆଯାଉଛି |ପରିବେଶ କୁପ୍ରଭାବ ହ୍ରାସ ପାଇଁ ଛୋଟ ଓ ମଧ୍ୟମ ଧରଣର ବିଦ୍ୟୁତ ପ୍ରକଳ୍ପ ଉପରେ ଗୁରୁତ୍ଵ ଦିଆଯାଉଛି | ଏହାଦ୍ୱାରା କେହି ବିସ୍ଥାପିତ ହେବେନାହିଁ କିମ୍ବା କୌଣସି ଅଞ୍ଚଳର ଜଳମଗ୍ନ ହେବନାହିଁ | ଏହାସହିତ ଅକ୍ଷୟ ଶକ୍ତି ଯଥା ସୌର ଶକ୍ତି ପବନ ଶକ୍ତି ଏବଂ ଜଳ ଆଦି ଶକ୍ତି ର ବ୍ୟବହାର ପାଇଁ ଯୋଜନା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ |

ଶ୍ରୀ ଧୀରେନ୍ଦ୍ର କୁମାର ରାୟଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ ଶକ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଓ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ |ଜଙ୍ଗଲ ଓ ପରିବେଶ ସଚିବ ଶ୍ରୀ ରାଜକୁମାର ଶର୍ମା ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଶ୍ରୀ ସୁଦର୍ଶନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

Share in top social networks!