ଆଇଟିବି ବର୍ଲିନ୍ ରେ ଓଡିଆ ପର୍ଯ୍ୟଟନକୁ ବେଷ୍ଟ ରିଲାକସେସନ କଲଚର ଓ ବିଚେସ୍ ଡେଷ୍ଟିନେସନବର୍ଗରେ ପୁରସ୍କୃତ କରାଯାଇଛି

download (1)ଜର୍ମାନୀର ବର୍ଲିନ୍ ସହରରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ପର୍ଯ୍ୟଟନ ମେଳା (ଆଇ.ଟି.ବି)ରେ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ନିର୍ମିତ ହୋଇଥିବା ମଣ୍ଡପକୁ ମାର୍ଚ୍ଚ ୫ ତାରିଖ ଦିନ ସ୍ଥାନୀୟ ସମୟ ଦିବା ୧୦ ଘଟିକା ସମୟରେ କେନ୍ଦ୍ର ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଗିରିଶ ଶଙ୍କର ଓ ଯେମଣି ଠାରେ ଅବସ୍ଥିତ ଆଞ୍ଚଳିକ ନିର୍ଦେଶିକା ଶ୍ରୀମତୀ ରୋମା ସିଂ ଙ୍କ ଦ୍ଵାରା ଉଦଘାଟନ ହୋଇଥିଲା । ଓଡିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନୋରଞ୍ଜନ ପଟ୍ଟନାୟକ,ପର୍ଯ୍ୟଟନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ରଥ ଓ ଶ୍ରୀ ଶରତ କୁମାର ପତି ଉପସ୍ଥିତ ଥିଲେ ।ଓଡିଶାରୁ ତୋଶାଳୀ ଇଷ୍ଟର ନ୍ୟାସନାଲ,ଇଷ୍ଟର୍ଣ୍ଣ ଭଏଜ୍ ଓ ଅଲଟର ନେଟିଭ୍ ଟୁର୍ ମଧ୍ୟ ଯୋଗଦାନ କରିଥିଲେ । ପ୍ୟାସିଫିକ୍ ଏରିୟା ଟ୍ରାଭେଲ୍ ରାଇଟର ଆସୋସିଏସନ ର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଏକ ରଙ୍ଗରଙ୍ଗ ଉତ୍ସବରେ ଓଡ଼ିଶାକୁ ବେଷ୍ଟ ରିଲାକସେସନ କଲଚର ଓ ବିଚେସ୍ ଡେଷ୍ଟିନେସନବର୍ଗରେ ପୁରସ୍କୃତକରାଯାଇଥିଲା । ଉକ୍ତ ଆନ୍ତର୍ଜାତିକ ପୁରସ୍କାରକୁ ବିଶ୍ଵ ପର୍ଯ୍ୟଟନ ସଂସ୍ଥାର ସାଧାରଣ ସଚିବ ଓ ପଟୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଓଡିଶା ପର୍ଯ୍ୟଟନ ବିଭାଗ ର ନିର୍ଦ୍ଦେଶକ ମହୋଦୟ ଶ୍ରୀଯୁକ୍ତ ମନୋରଞ୍ଜନ ପଟ୍ଟନାୟକ ଗ୍ରହଣ କରିଥିଲେ ।

Share in top social networks!