ସାକ୍ଷରତା କାର୍ଯ୍ୟକ୍ରମ ର ଛଟେଇ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କମିଟି ଗଠିତ

47837ପ୍ରାରମ୍ଭିକ ସାକ୍ଷରତା କାର୍ଯ୍ୟକ୍ରମରେ କାମ କରିଥିବା ଛଟେଇ କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ଉନ୍ନୟନ କମିଶନର ଅଧ୍ୟକ୍ଷ ଥିବାବେଳେ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏବଂ ଅର୍ଥ ବିଭାଗ ସ୍ଵତନ୍ତ୍ର ସଚିବ ସଦସ୍ୟ ରହିଛନ୍ତି । ସେମାନଙ୍କ ସମସ୍ୟା ଅନୁଧ୍ୟାନ କରି ସମାଧାନ ନିମନ୍ତେ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟଯେ ୧୯୯୫ ରୁ ୨୦୦୫ ମଧ୍ୟରେ କେନ୍ଦ୍ରୀୟ ଯୋଜନାରେ ସାକ୍ଷରତା କାର୍ଯ୍ୟକ୍ରମ ରେ କାମ କରୁଥିବା କର୍ମଚାରୀ ମାନଙ୍କୁ ୨୦୦୫ ମସିହାରେ ଛଟେଇ କରାଯାଇଥିଲା । ଏହି ଛଟେଇ କର୍ମଚାରୀମାନେ ଗଣଶିକ୍ଷକ କିମ୍ବା ସମାନୁରୂପୀ କାମରେ ନିୟୋଜିତ ହେବାପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ । ଏହି କର୍ମଚାରୀ ମାନଙ୍କ ଦ୍ଵାରା ଗଠିତ ସଂଘର ସଭାପତି ଶ୍ରୀ ଜୟକୃଷ୍ଣ ସେଠୀ,ଉପ ସଭାପତି ରାଧେଶ୍ୟାମ ଭୋଇ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କର ଦାବି ଜଣାଇଥିଲେ । ରାଜ୍ୟରେ ଏହିପରି ୧୦ ହଜାରରୁ ଅଧିକ କର୍ମଚାରୀ ଅଛନ୍ତି ।

Share in top social networks!