ବିଜୁ ଗାଁ ଗାଡି ଯୋଜନାରେ ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାଇଁ ଯାତ୍ରୀ ପରିବହନ ସେବା ଆରମ୍ଭ

48170 (1)ରାୟଗଡା ବ୍ଲକ ଠାରୁ ବିଜୁ ଗାଁ ଗାଡି ଯୋଜନାର ଶୁଭାରମ୍ଭ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା ଙ୍କ ଦ୍ଵାରା ମାର୍ଚ୍ଚ ୧ତାରିଖରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ହିମିରିକା ସବୁଜ ପତାକା ପ୍ରଦର୍ଶନ କରି ଜନତାଙ୍କ ସେବା ଉଦ୍ଦେଶ୍ୟରେ ଗାଡି ଚଳାଚଳ ନିମନ୍ତେ ସବୁଜ ସଙ୍କେତ ଦେଇଥିଲେ । ରାୟଗଡା ଜିଲ୍ଲାର ଅନୁନ୍ନତ ଦୁର୍ଗମ ଅଚଳରେ ଯାତ୍ରୀସେବା ଯୋଗାଇ ଦେବା ପାଇଁ ବ୍ଲକ ସ୍ତରୀୟ କମିଟି ଦ୍ଵାରା ୧୧୦ରୁଟ୍ ଚିହ୍ନଟ କରାଯାଇଛି । ଏହି ସମସ୍ତ ରୁଟ୍ ରେ ଖୁବଶୀଘ୍ର ଯାତ୍ରୀସେବା ଯୋଗାଇଦେବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଜୁ ଗାଁ ଗାଡି ଯୋଜନା ଶୁଭାରମ୍ଭ ସମୟରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଦଳେଇ,ଏମ୍.ଭି.ଆଇ ମାନସ ରଞ୍ଜନ ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!