୧୩ ଟି ଚେକ୍ ଗେଟ ଉଚ୍ଛେଦ ହେଲା

47837ମୋଟର ଜାନ ଗୁଡିକର ଅବାଧ ଓ ମୁକ୍ତ ଚଳାଚଳ ପାଇଁ ରାଜ୍ୟସରକାର ରାଜ୍ୟର ୧୩ଟି ଚେକ୍ ଗେଟ କୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଏ ସଙ୍କ୍ରାନ୍ତୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଚେକ୍ ଗେଟ ମଧ୍ୟରେ ଉଭୟ ଅନ୍ତରାଜ୍ୟ ଓ ଅନ୍ୟ ଚେକଗେଟ ଅନ୍ତର୍ଭୁକ୍ତ । ଏହି ଚେକ୍ ଗେଟ ଗୁଡିକ ହେଉଛି କେନ୍ଦୁଝର ଅଞ୍ଚଳର ବିଲେଇପଦା,ଛାମୁଆ,ଓ ନାଲଦା , ବରଗଡ ଅଞ୍ଚଳର ସମରବୋରା, କୋରାପୁଟ ଅଞ୍ଚଳର ବୋରୀଗୁମା, ଓ ଚାଟୁଆ ,ନବରଙ୍ଗପୁର ଅଞ୍ଚଳର ଦଣ୍ଡସରା ଓ ରାଇଘର,ନୂଆପଡା ଅଙ୍କହଳର ଅପରଜୋଙ୍କ,ସମ୍ବଲପୁରର ଲକ୍ଷ୍ମୀ ଡ଼ୁଙ୍ଗୁରୀ,ସୁନ୍ଦରଗଡର ଟାପରିଆ ଓ ତେଲିଝୋର ଏବଂ ଗଞ୍ଜାମର ସୁରୁଲା ।

Share in top social networks!