ତୃଣମୂଳ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ବୈଠକ

downloadଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ଲୋହିଆ ଏକାଡେମୀ ଠାରେ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ବୈଠକ ବସିଥିଲା । ରାଜ୍ୟ ଆବାହକ ଶ୍ରୀ ଅମିତ୍ ତିୱାରି ଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୂତନ ଭାବେ ଦଳରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଧାୟକ ଅରବିନ୍ଦ ଢାଲୀ ଙ୍କ ଝିଅ ସଞ୍ଜିତା ଢାଲୀ ଏବଂ କଂଗ୍ରେସର ବରିଷ୍ଠ ଯୁବନେତା ତଥା କନ୍ଧମାଳ ଲୋକସଭା ଆସନରୁ ପୂର୍ବରୁ ଲଢିଥିବା ଲେକାଚାର ବୁଲିଆର୍ ଦଳରେ ଯୋଗଦେଲେ । ଏହି ସଭାରେ ମୁଖ୍ୟ ଆକର୍ଷଣ ସଞ୍ଜିତା ଢାଲିଙ୍କ ପ୍ରତି ସରକାର ଅବହେଳା କରିଥିବା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା । ଆଗାମୀ ନିର୍ବାଚନରେ ଲଢିବା ପାଇଁ ଶତାଧିକ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସ ଓଡିଶା ଶାଖା ପକ୍ଷରୁ ୨୧ଟି ଲୋକସଭା ଓ ୧୪୭ ଟି ବିଧାନ ସଭା ଆସନ ପାଇଁ ଦଳ ପ୍ରାର୍ଥୀ ଦେବ ବୋଲି ଶ୍ରୀ ତିୱାରି ଘୋଷଣା କରିଥିଲେ । ଦଳା ପକ୍ଷରୁ ଗାନ୍ଧୀଆନ୍ ନେତା ତଥା ଶବାଜ ସେବି ଆନ୍ନା ହଜାରେଙ୍କୁ ଓଡିଶା ଶାଖା ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ସଭାରେ ରାଜ୍ୟ ଆବାହକ ଶ୍ରୀ ଅମିତ୍ ତିୱାରି, ଦେବାଶିଷ ମିଶ୍ର,କୁମାର ବୋହେରା ,ଲେକାଚାର ବୁଲିଆର୍, ସଞ୍ଜିତା ଢାଲି,ସନାତନ ଦଳବେହେରା,ଗୀତା ଚଇନି,ଦିପ୍ତିରଞ୍ଜନ ସାହୁ,ସୌମ୍ୟରଞ୍ଜନ ସାମନ୍ତରା ,ପ୍ରଶାନ୍ତ ରାଉତରା,ଅଜୟ କର,ବିଜୟ ମହାପାତ୍ର,ବିଚିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!