୨୦୧୧-୧୨ ଆର୍ଥିକ ବର୍ଷରେ ରାଜ୍ୟରେ ଆଇ.ଟି. କ୍ଷେତ୍ରରେ ରପ୍ତାନୀ ୧୪୧୦ କୋଟିରୁ ଅଧିକ ହୋଇଛି

୨୦୧୧-୧୨ ଆର୍ଥିକ ବର୍ଷରେ ରାଜ୍ୟରେ ଆଇ.ଟି. କ୍ଷେତ୍ରରେ ରପ୍ତାନୀ ୧୪୧୦ କୋଟିରୁ ଅଧିକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି | ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଦ୍ଵାରା swarm evolutionary and memetic computing (SEMCO) and fuzzy and neural computing (FANCO) ଉପରେ ଆୟୋଜିତ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ଆଇ.ଟି. କ୍ଷେତ୍ରରେ ବିକାଶ ଆଣି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି | ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଦ୍ଵାରା ଆଜି ଓଡିଶା ଦେଶର ଆଇ.ଟି ମାନଚିତ୍ର ରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି ଏବଂ ଗତ ୬ ରୁ ୭ ବର୍ଷ ମଧ୍ୟରେ ଭୁବନେଶ୍ଵର ରେ ବୃହତ , ମଧ୍ୟମ ଓ କ୍ଷୁଦ୍ର ଆଇ.ଟି. ଶିଳ୍ପର ପ୍ରସାର ଘଟିଛି | ରାଜ୍ୟ ସରକାର Infocity and Infovalley ନାମରେ ଦୁଇଟି IT SEZ ମଧ୍ୟ ସ୍ଥାପନ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ |

20 SEMCCO INAGURATION (2) (1)ଗତ କିଛିବର୍ଷ ଧରି ଭୁବନେଶ୍ଵର ସହରରେ ବୈଷୟକ ଶିକ୍ଷା ର ଯେଭଳି ବିକାଶ ଘଟିଚାଲିଛି ତାହା ଆଇଟି/ITES କମ୍ପାନୀ ମାନଙ୍କରେ ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ବୋଲି ମତ ଦେଇ TIER II ସହରମାନଙ୍କ ମଧ୍ୟରେ ଭୁବନେଶ୍ଵର କୁ ଏକ ନମ୍ବର ସ୍ଥାନ ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ |ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଆର. ପି. ମହାନ୍ତି ଙ୍କ ମହାସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଜ୍ୟକ୍ରମ ରେ Bermingham ବିଶ୍ୱବିଦ୍ୟାଳୟ ର ପ୍ରଫେସର ଜିନ ୟାଓ ଦିଲ୍ଲୀ ITT ପ୍ରଫେସର ବି. କେ ପାଣିଗ୍ରାହୀ ପ୍ରମୁଖ ଉଦ୍-ବୋଧନ ଦେଇଥିଲେ |ବିଶ୍ଵବିଦ୍ୟାଳୟର ଡିନ ପ୍ରଫେସର ଆର. କେ . ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ |

Share in top social networks!