ସମ୍ବଲପୁର ଓ ରାଉରକେଲା ସହରର ଭୂତଳ ନର୍ଦ୍ଦମା ଜଳ ପରିଚାଳନା ପାଇଁ ୯୧୨କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ

Odishan-MAP-13ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ସମ୍ବଲପୁର ଓ ରାଉରକେଲା ସହରର ଭୂତଳ ନର୍ଦ୍ଦମା ଜଳ ପରିଚାଳନା ପାଇଁ ଯଥାକ୍ରମେ ୩୯୬.୯୮କୋଟି ଟଙ୍କା ଏବଂ ୫୧୫.୪୦ କୋଟି ଟଙ୍କା ମୋଟ ୯୧୨କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ଲାଭକରିଛି । ଏହା ସହିତ ବ୍ରହ୍ମପୁର ଆସ୍କା ଓ ହିଂଜିଳି ସହର ସମେତ ୫୨ଟି ଗାଁରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ୪୧୫.୭୮ କୋଟି ଟଙ୍କାର ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି । ଏତଦବ୍ୟତୀତ IIT ଓ NISER ପରି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡିକ ପାଇଁ ଜଳ ଯୋଗାଣ ନିମନ୍ତେ ୧୮୮କୋଟି ଟଙ୍କା ଏବଂ Rapid Transit System ପାଇଁ ୫୮୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି । ଏଥିପାଇଁ ହାଡକୋ ଋଣ ଯୋଗାଇ ଦେଉଛି ଏବଂ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହି ବୈଠକରେ କୃଷି ଓ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ,ଉନୟନ କମିଶନର ଶ୍ରୀ ଇନଜେଟି ଶ୍ରୀନିବାସ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!