ଓଡିଶାରେ ଆଉ ଏକ ନୂତନ ମେଡିକାଲ କଲେଜ ହସ୍ପିଟାଲ

odisha-map8ଏମ୍ସ ଉଦଘାଟନ ହେବାପରେ ତାଳଚେର ଠାରେ ହେବାକୁ ଯାଉଥିବା ଆଉ ଏକ ନୂତନ ମେଡିକାଲ କଲେଜ ହସପିଟାଲ ର ଉଦଘାଟନ କରାଯିବ । ଏମସିଏଲ ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ କରାଯାଇଛି । ଆସନ୍ତା ସୋମବାର ଦିନ କୋଇଲା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରକାଶ ଜୟସ୍ଵାଲ ଏହି ମେଡିକାଲ କଲେଜ ଉଦଘାଟନ କରିବେ । ରାଜ୍ୟ ସଚିବାଳୟ ଠାରେ ଅନଲାଇନ୍ ମାଧ୍ୟମରେ ଏହି ମେଡିକାଲ କଲେଜକୁ ଉଦଘାଟନ କରାଯିବ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାଃ ଦାମୋଦର ରାଉତ,ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ସଚିବ ମଧ୍ୟ ଉପସ୍ଥିତ ରହିବେ ।

Share in top social networks!