ଭୁବନେଶ୍ଵର ଠାରେ ଦ୍ଵିତୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ

Odishan-MAP-7ମାର୍ଚ୍ଚ ୧ ତାରିଖ ମଧ୍ୟାହ୍ନ ୧୨ ତା ୩୦ ମିନିଟ ସମୟରେ ପଟିଆ କିଟ୍ ଛକ ନିକଟରେ ଭୁବନେଶ୍ଵର ଦ୍ଵିତୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ସୁବ୍ରତ ତରାଇ ଉଦଘାଟନ କରିବେ । ଭୁବନେଶ୍ଵର ଆଞ୍ଚଳିକ ପରିବହନର କାର୍ଯ୍ୟାଳୟ କୁ ଲାଘବ କାରିବା ଲକ୍ଷ୍ୟ ନେଇ ଭୁବନେଶ୍ଵରରେ ଦ୍ଵିତୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରତିଷ୍ଠା କରାଗଲା ବୋଲି ପରିବହନ ବିଭାଗ ସୂତ୍ରରୁ ପ୍ରକାଶ । ଏହି କାର୍ଯ୍ୟାଳୟ ରେ ମୁଖ୍ୟତଃ ମଞ୍ଚେଶ୍ଵର,ନୟାପଲ୍ଲୀ, ଖଣ୍ଡଗିରୀ ,ତମାଣ୍ଡୋ,ଜଟଣୀ,ଚନ୍ଦ୍ରଶେଖରପୁର,ଇନଫୋସିଟି,ଚନ୍ଦକା,ନନ୍ଦନକାନନ ଇତ୍ୟାଦି ଅଞ୍ଚାଳକୁ ଅନ୍ତର୍ଭୁକ୍ତ କରାଯାଇଛି । ଉଦଘାଟନୀ ଉତ୍ସବରେ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ,ଉତ୍ତର ଭୁବନେଶ୍ଵର ବିଧାୟକ ଶ୍ରୀ ଭାଗିରଥି ବଡଜେନା,ମଧ୍ୟ ଭୁବନେଶ୍ଵର ବିଧାୟକ ଶ୍ରୀ ବିଜୟ ମହାନ୍ତି , ଏକାମ୍ର ଭୁବନେଶ୍ଵର ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଭୁବନେଶ୍ଵର ମେୟର ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିବେ ବୋଲି ସ୍ଵୀକୃତୀ ପ୍ରଦାନ କରିଛନ୍ତି ।

Share in top social networks!