କେରଳ କଳା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ

imagesଭୁବନେଶ୍ଵରର କେରଳ କଳା ସମିତି ପକ୍ଷରୁ ଫାଇଲିନ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । କଳା ସମିତି ପକ୍ଷରୁ ଏହାର ସଭାପତି ଭିଏମ ମନି ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟଯେ ଓଡିଶାରେ ରହୁଥିବା କେରଳ ଅଧିବାସୀ ମାନଙ୍କୁ ନେଇ ଭୁବନେଶ୍ଵରରେ ‘କେରଳ କଳା ପରିଷଦ’ ୧୯୬୬ ମସିହାରେ ଗଠନ କରାଯାଇଥିଲା । ଏହା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ।

Share in top social networks!