ବ୍ରହ୍ମପୁରର ସିଟି ବସ୍ ସେବାର ଶୁଭାରମ୍ଭ

images (1)
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର ପାଇଁ ସିଟି ବସ୍ ସେବା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ସଚିବାଳୟରୁ e-launching ଜରିଆରେ ସୁଇଚ ଟିପି ମୁଖ୍ୟମନ୍ତ୍ରୀ ବସ୍ ସେବାର ଆରମ୍ଭ କରିଥିଲେ । garyam urban transport serice ltd ନାମରେ ନାମିତ ଏହି କାର୍ଯ୍ୟକ୍ରମ ଜରିଆରେ ୩୨ଟି ବସ୍ ବ୍ରହ୍ମପୁର –ଗୋପାଳପୁର,ବ୍ରହ୍ମପୁର-ଛତ୍ରପୁର ଓ ବ୍ରହ୍ମପୁର-ହିଞ୍ଜଳି ରାସ୍ତାରେ ଚାଲିବ । ଏହି ଅତ୍ୟାଧୁନିକ ବସ୍ ସେବାରେ କମ୍ପ୍ୟୁଟରାଇଜ ଟିକେଟ ଓ ଅନ୍ୟାନ୍ୟ ସୁବିଧା ରହିଛି ଓ ସକାଳ ୯ ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ । ଏହାଦ୍ୱାରା ବ୍ରହ୍ମପୁରକୁ ଆସୁଥିବା ଜନସାଧାରଣ ବିଶେଷ ଭାବରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ,ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!