ଭ୍ରାମ୍ୟମାଣ ବ୍ୟାଙ୍କ ସେବା ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ

47837
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜିଓ ICICI ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କସେବା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ନବୀନ ନିବାସ ସମ୍ମୁଖରୁ ପତାକା ହଲାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଭ୍ରାମ୍ୟମାଣ ବ୍ୟାଙ୍କର ଶୁଭାରମ୍ଭ କରିଥିଲେ । ଏହି ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାର ହିଂଜିଳି ଅଞ୍ଚଳରର ପାଞ୍ଚଗୋଟି ଗ୍ରାମ ଏବଂ ସୁନ୍ଦରଗଡ ଭେଡବାହାଲ ଅଞ୍ଚଳର ପାଞ୍ଚଗୋଟି ଗ୍ରାମରେ ଉପଲବ୍ଧ ହେବ । ଏଥିରେ ବ୍ୟାଙ୍କ ପାସବୁକ ଖୋଲାଯିବା ସହିତ ଅନ୍ୟାନ୍ୟ ବ୍ୟାଙ୍କ କାରବାର ମଧ୍ୟ କରାଯାଇପାରିବ । ଏହା ସହିତ ସେହି ଗ୍ରାମ ମାନଙ୍କ ପାଇଁ ଭ୍ରାମ୍ୟମାଣ ATM ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ ଏହା ଓଡିଶା ପାଇଁ ପ୍ରଥମ । ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥା ଦ୍ଵାରା ଗ୍ରାମାଞ୍ଚଳର ଲୋକମାନଙ୍କର ଆର୍ଥିକ ସଂପୃକ୍ତି କରଣ ସଫଳ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ICICI ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!