ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା : ଆଜିଠାରୁ ଆରମ୍ଭ ଏକ୍ସରେଗୁଲାର ପରୀକ୍ଷା

48013
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆଜି ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି । ନୂଆଫର୍ମାଟରେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ହୋଇନଥିବା ପ୍ରକାଶ କରିଛନ୍ତି । ଆଜିଠାରୁ ରେଗୁଲାର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆସନ୍ତା କାଲି ଏକ୍ସରେଗୁଲାର ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ପ୍ରଶ୍ନପତ୍ର ଓ ଉତ୍ତରଖାତାର ସୁରକ୍ଷା ପାଇଁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଡିଇଓ ସ୍ତରରେ ୭୫ଟି,ବୋର୍ଡ ତରଫରୁ ୫୨ଟି ଓ ଜିଲ୍ଲାପ୍ରଶାସନ ସ୍ତରରେ ମଧ୍ୟ ସ୍ଵତନ୍ତ୍ର ସ୍ୱାର୍ଡ ଗଠନ କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ଶିକ୍ଷକଶିକ୍ଷୟତ୍ରୀ ମାନେ ମୋବାଇଲ ନେବାକୁ ମନା କରାଯାଇଛି । ଏପରିକି ପରୀକ୍ଷା କେନ୍ଦ୍ରର ୧ଶହ ମିଟର ମଧ୍ୟରେ ଅଭିଭାବକ ମାନେ ରହିପାରିବେ ନାହିଁ ।

Share in top social networks!