ହେମେନ୍ଦ୍ର ବିଜେଡ଼ିରେ ଯୋଗଦେଲେ

2581_hemendraନୟାଗଡ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି କୁମାର ହେମେନ୍ଦ୍ର ସିଂହ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ଦଳୀୟ ରାଜ୍ୟ କାର୍ଯ୍ୟାଳୟ ରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହେମେନ୍ଦ୍ର ବିଜେଡ଼ିରେ ମିଶିଥିଲେ । ସାଂସଦ ପିନାକୀ ମିଶ୍ର, ରବିନାରାୟଣ ମହାପାତ୍ର,ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ସମେତ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ । ଦୁଇଦିନ ତଳେ ହେମେନ୍ଦ୍ର କଂଗ୍ରେସରୁ ଇସ୍ତଫା ଦେଇଥିଲେ ଓ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେବେଠାରୁ ତାଙ୍କର ବିଜେଡ଼ିରେ ଯୋଗଦାନ ନେଇ କଳ୍ପନାଜଳ୍ପନା ଚାଲିଥିଲା । ଭବିଷ୍ୟତ ରାଜନୈତିକ ପଦକ୍ଷେପ ସମ୍ପର୍କରେ ହେମେନ୍ଦ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେବେ , ତାହାକୁ ସେ ମାଣିବେ । ସେପଟେ ନୟାଗଡ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ପୂର୍ବରୁ ଖଣ୍ଡପଡାରେ କଂଗ୍ରେସ ନିଶ୍ଚିନ୍ନ ହୋଇଯାଇଥିଲା । ହେମେନ୍ଦ୍ରଙ୍କ ଯୋଗଦାନ ପରେ ନୟାଗଡରୁ ବି କଂଗ୍ରେସ ମୂଳପୋଛ ହୋଇଯାଇଛି ।

Share in top social networks!