ଆସନ୍ତା ଆର୍ଥିକ ବର୍ଷରୁ କାର୍ଯ୍ୟକ୍ଷମାନ ହେବ ଓଡିଶା ମେଡିକାଲ ସେବା ନିଗମ

downloadଆସନ୍ତା ଆର୍ଥିକ ବର୍ଷରୁ କାର୍ଯ୍ୟକ୍ଷମ ହେବ ଓଡିଶା ମେଡିକାଲସେବା ନିଗମ । ରାଜ୍ୟ ସରକାର ସରକାରୀ ଡାକ୍ତରଖାନା ମାନଙ୍କରେ ରୋଗୀମାନଙ୍କୁ ମାଗଣାରେ ସମସ୍ତ ପ୍ରକାର ଔଷଧ ଯୋଗାଇଦେବାକୁ ନିଷ୍ପତ୍ତି ଗ୍ରହଣ କରି ଏଥିପାଇଁ ଏହି ନିଗମ ଅଠଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିୟମ ମାଧ୍ୟମରେ ଆବଶ୍ୟକ ପଡୁଥିବା ସମସ୍ତ ପ୍ରକାର ଔଷଧ ଏବଂ ମେଡିକାଲ ଯନ୍ତ୍ରପାତି ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥମାନ ବ୍ୟବସ୍ଥା କରି ତିନିଗୋଟି ସରକାରୀ ମେଡିକାଲ ହସପିଟାଲ ସମେତ କ୍ୟାପିଟାଲ ହସପିଟାଲ ଏବଂ ରାଉରକେଲା ସରକାରୀ ଡାକ୍ତରଖାନା,୩୦ଜିଲ୍ଲା ସଦରମହକୁମା ଡାକ୍ତରଖାନା ତଥା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଆବଶ୍ୟକତା ଅନୁଯାୟୀ ବିତରଣ ଯୋଗାଇଦେବେ । ପ୍ରାରମ୍ଭରୁ ଏହା ଇ-ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟ କରିବ । ଏହି ଇ-ବ୍ୟବସ୍ଥା ନିମନ୍ତେ ସି-ଡାକ ସହ ଆଜି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ଉପସ୍ଥିତିରେ ନିଗମର ପରିଚାଳନା ନିର୍ଦେଶିକା ରୂପା ମିଶ୍ର ଏବଂ ସି-ଡାକର ନିର୍ବାହୀ ନିର୍ଦ୍ଦେଶକ ଜେ.ଏସ୍.ଭାଟିଆ ଏହି ବୁଝାମଣା ପତ୍ରସ୍ଵାକ୍ଷରିତ କରିଛନ୍ତି । ବୁଝାମଣା ପତ୍ର ଅନୁଯାୟୀ ସି-ଡାକ୍ ଏହି ଇ-ବ୍ୟବସ୍ଥାକୁ ସମସ୍ତ ପ୍ରକାର ବୈଷୟିକ ସହାୟତା ପ୍ରଦାନ କରିବ । ଆସନ୍ତା ମାର୍ଚ୍ଚମାସ ଶେଷ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ ବୋଲି କୁହାଯାଇଛି । ସି-ଡାକ୍ ସଂସ୍ଥା ୩ଟି ରାଜ୍ୟରେ ମହାରାଷ୍ଟ୍ର,ରାଜସ୍ଥାନ ଏବଂ ପଞ୍ଜାବ ସରକାରଙ୍କ ଔଷଧ ନିଗମ ନିମନ୍ତେ ଏହି ପ୍ରକାର ଇ-ବ୍ୟବସ୍ଥା କରିଛନ୍ତି । ଓଡିଶା ହେଉଛି ୪ର୍ଥ ରାଜ୍ୟ । ନିଗମର ନୂତନ ଗୃହ ଇଡକୋ ମାଧ୍ୟମରେ ନିର୍ମାଣ କରାଯାଉଛି । ଏଥି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଏହି ସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ଏବଂ ଆସନ୍ତା ଆର୍ଥିକ ବର୍ଷରେ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଆବଶ୍ୟକ ପଦେକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ ।

Share in top social networks!