ପିଜି ପାଠ୍ୟକ୍ରମରେ ବାୟୋଟେକ୍ନୋଲୋଜି ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କୁ ସରକାରୀ ପ୍ରୋତ୍ସାହନ

Odishan-MAP-8ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢାଯାଉଥିବା ସ୍ନାତ୍ତକୋତ୍ତର ସ୍ତରରେ ବାୟୋଟେକ୍ନୋଲୋଜି ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଯାଇଛି । ଏହି ପାଠ୍ୟକ୍ରମ ପ୍ରତି କିପରି ଅଧିକରୁଅଧିକ ଛାତ୍ରଛାତ୍ରୀ ଉତ୍ସାହିତ ହେବେ ସେଥିପାଇଁ ଛାତ୍ରବୃତ୍ତିର ବ୍ୟବସ୍ଥା କରାଯାଇଛି । ଚଳିତ ଶିକ୍ଷା ବର୍ଷରେ ଏ ବିଷୟରେ ଅଧ୍ୟାୟନ ରତ ୩୨ଜଣଛାତ୍ରଛାତ୍ରୀଙ୍କୁ ଜଣ ପିଛା ମାସିକ ୨ହଜାର ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ସରକାର ସୁପାରିଶ କରିଛନ୍ତି । ସେଥିମଧ୍ୟରୁ ଫକୀରମୋହନ ବିଶ୍ୱବିଦ୍ୟାଳୟ ୫ଜଣ,ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର ୬ଜଣ ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪,ରେଭେନ୍ସା ବିଶ୍ୱବିଦ୍ୟାଳୟର ୬,ସମ୍ବଲପୁର ବିଶ୍ୱବିଦ୍ୟାଳୟର ୬ଓ ଖଲ୍ଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟର ୫ଜଣ ଅନ୍ତର୍ଭୁକ୍ତ । ଛାତ୍ରବୃତ୍ତି ପ୍ରାଦାନଦ୍ୱାରା ଏହି ପାଠ୍ୟକ୍ରମ ପ୍ରତି ମେଧାବୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଠ କରାଯାଇ ପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୩୨ଟି ଛାତ୍ରବୃତ୍ତିରୁ ଏହା ଆରମ୍ଭ କରାଯାଇ ଥିବାବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବା ଉପରେ ବିଚାର କରାଯିବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି ।

Share in top social networks!