ଉଚ୍ଚଶିକ୍ଷା ନିମନ୍ତେ ମେଧା ବୃତ୍ତି ପ୍ରଦାନ

OD-MAP-1ଓଡିଶା ସରକାର ମେଧାବୃତ୍ତି ନିମନ୍ତେ ୨୦୧୩-୧୪ ବର୍ଷ ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ‘ମେଧାବୃତ୍ତି’ ପ୍ରଦାନ କରିବାକୁ ଯୋଜନା କରିଛନ୍ତି । ଏଥି ନିମନ୍ତେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଚୟନ କରିବା ପାଇଁ ବିଜ୍ଞାପନ ଜରିଆରେ ଦାରଖାସ୍ତ ଆହ୍ଵାନ କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଓଡିଶା ଅଧିବାସୀ ହୋଇଥିବେ,ପିତାମାତାଙ୍କର ସମୁଦାୟ ବାର୍ଷିକ ଆୟ ୬ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ଥିବା ଏବଂ ପୂର୍ବ ପରୀକ୍ଷାରେ ନିର୍ଦ୍ଧାରିତ ନମ୍ବର ରଖିଥିବେ ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ଏହି ମେଧାବୃତ୍ତି ପ୍ରଦାନ କରାଯିବ । ନାରୀ ଶିକ୍ଷାର ପ୍ରଗତି ନିମନ୍ତେ ଏଥିରେ ମେଧାବୀ ଛାତ୍ରମାନଙ୍କ ପାଇଁ ଅଣ ବୈଷୟିକ ବୃତ୍ତିରେ ୫୦ ପ୍ରତିଶତ ଆରକ୍ଷଣ ରଖାଯିବା ସହିତ ନିର୍ଦ୍ଧାରିତ ନମ୍ବରରେ ଶତକଡା ୧୦ ଭାଗ ରିହାତି ପ୍ରଦାନ କରାଯାଇଛି । ଏଥିପାଇଁ ଯୁକ୍ତ ୨,ଯୁକ୍ତ୩,ସ୍ନାତକୋତ୍ତର ଏବଂ ବୈଷୟିକ ତଥା ପେଶାଗତ ଶିକ୍ଷାରେ ଅଧ୍ୟୟନ କରୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ଇଣ୍ଟରନେଟ୍ ମାଧ୍ୟମରେ ଫେବୃୟାରୀ ୨୩ ତାରିଖରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏହି ବୃତ୍ତି ପ୍ରଦାନ ତଥା ଦରଖାସ୍ତ କରିବା ଏବଙ କଲେଜ ପକ୍ଷରୁ ଦରଖାସ୍ତ ଗୁଡିକର ଯାଞ୍ଚ କରିବା ପ୍ରଣାଳୀର ସବିଶେଷ ବିବରଣୀ www.medhabruti.in ୱେବସାଇଟ୍ ରେ ଉପଲବ୍ଧ ହେଉଛି । ଯୋଗ୍ୟ ଛାତ୍ରଛାତ୍ରୀମାନେ ସରକାରଙ୍କର ଏହି ହିତକାରୀ ଯୋଜନାର ସଦୁପଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଅନୁରୋଧ କରାଯାଉଛି ।

Share in top social networks!