ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରତିଟି ଓଡିଆ ପାଇଁ ଗୌରବର ବିଷୟ : ‘ଉତ୍କଳ ଆସୋସିଏସନ’

48120
ଓଡିଆ ଏକ ପ୍ରାଚୀନ ଭାଷା । ଏହି ଭାଷା ସହିତ ଏକ ପରିଚିତ ସାହିତ୍ୟ ଓ ସଂସ୍କୃତି ଯୋଡିହୋଇ ରହିଛି । ଅନ୍ୟ ପ୍ରସିଦ୍ଧ ଭାରତୀୟ ଭାଷା ପରି ଓଡିଆ ତା’ର ପ୍ରାଚୀନତା ଓ ବୈଚିତ୍ର୍ୟକୁ ନେଇ ଯେଉଁ ସ୍ଵତନ୍ତ୍ର୍ୟ ପ୍ରଦର୍ଶନ କରିଆସିଛି,ଆଜି ଶାସ୍ତ୍ରୀୟ ମାନ୍ୟତା ପାଇବା ଅବସରରେ ତାହା ପୁଣି ଥରେ ପ୍ରତିଷ୍ଠିତ ହୋଇଛି । ତେଣୁ ଓଡିଆ ଭାଷାକୁ ବିଧିବଦ୍ଧ ଭାବରେ ଶାସ୍ତ୍ରୀୟ ମାନ୍ୟତା ମିଳିବା ପ୍ରତିଟି ଓଡିଆ ପାଇଁ ଗୌରବର ବିଷୟ । ବିଳମ୍ବରେ ହେଲେ ମଧ୍ୟ ଅନେକ ସଂଗ୍ରାମ ଓ ଉଦ୍ୟମ ପରେ ଆଜି ଏହି ମାନ୍ୟତା ମିଳିଛି । ଓଡିଆ ଭାଷାକୁ ଏହି ନୂତନ ପରିଚୟ ଆଣିଦେବାରେ ଯେଉଁ ଅନୁଷ୍ଠାନ ଓ ବ୍ୟକ୍ତି ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ ‘ ପକ୍ଷରୁ ସେମାନଙ୍କୁ ଅନେକ ଅଭିନନ୍ଦନ ଓ ସାଧୁବାଦ । ଏହି ପରିପ୍ରେକ୍ଷୀରେ ଓଡିଶା ସରକାର,ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ପକ୍ଷରୁ ବିଶେଷ ଅଭିନନ୍ଦନ । ଆଜି ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ବେଳେ ଆମେ ସୁଦ୍ରମୁନୀ ସାରଳା ଦାସ,ବ୍ୟାସକବି ଫକିରମୋହନ,ମଧୁବାବୁ,ଗୋପବନ୍ଧୁ,ଉପେନ୍ଦ୍ରଭଞ୍ଜଙ୍କ ପରି ମହାପୁରୁଷ ମାନଙ୍କୁ ପୁଣି ଥରେ ସ୍ମରଣ କରୁଛୁ । ସାରା ପୃଥିବୀର ଓଡିଆମାନଙ୍କୁ ଭାଷା ଓ ସାଂସ୍କୃତିକ ଡୋରରେ ବାନ୍ଧି ସେମାନଙ୍କର ତଥ୍ୟ ରାଜ୍ୟର ବିକାଶ ପାଇଁ ସ୍ଵପ୍ନ ଦେଖୁଥିବା ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ ଆଜି ସମସ୍ତଙ୍କୁ ଏ ବାବଦରେ ସଚେତନ ହେବା ପାଇଁ ନିବେଦନ କରୁଛି । ଓଡ଼ିଆଇ ଭାଷା,ଭାବନା ଓ ସଂସ୍କୃତି ସହ ଜଡିତ ପ୍ରତିଟି ପ୍ରାଣରେ ଆଜି ନୂତନ ସ୍ପନ୍ଦନ ଆଣି ଦେଇଛି ଆମ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା । ଏହା ଉତ୍ସାହ ଆମକୁ ଆଗାମୀ ଦିନରେ ଭାଷାର ବିକାଶ ପାଇଁ ଅଧିକ କ୍ରିୟାଶୀଳ କରୁ, ଏହା ହିଁ ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ର କାମନା ।

Share in top social networks!