ଶେଷ ହେଲା ତ୍ରୟୋଦଶ ଜାତୀୟ ହସ୍ତତନ୍ତ ମେଳା ୭କୋଟି ଟଙ୍କାର ବ୍ୟବସାୟ

47765
ହସ୍ତତନ୍ତ ଆୟୁକ୍ତ,ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଏବଂ ଓଡିଶା ସରକାରଙ୍କ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୁଲ୍ୟରେ ବୟନିକା ଦ୍ଵାରା ଆୟୋଜିତ ତ୍ରୟୋଦଶ “ଜାତୀୟ ହସ୍ତତନ୍ତ ମେଳା -୨୦୧୪”ଭୁବନେଶ୍ଵରସ୍ଥ ୟୁନିଟ ୩,ଇଡକୋ ପ୍ରଦର୍ଶନୀ ପଡିଆରେ ତା୨୨.୦୧.୨୦୧୪ ଠାରୁ ଆରମ୍ଭ ହୋଇ ୧୭.୦୨.୨୦୧୪ ରେଶେଷ ହୋଇଛି । ଏହି ପ୍ରଦର୍ଶନୀରେ ଓଡିଶା ସମେତ ୧୫ଗୋଟି ରାଜ୍ୟର ୧୧୪ ଗୋଟି ଅଗ୍ରଣୀ ହସ୍ତତନ୍ତ ସହଯୋ ସମିତି ଓ ସଂସ୍ଥା ଯୋଗଦାନ କରିଥିଲେ । ଏହି ମେଳାରେ ଧାର୍ଯ୍ୟ ଟ.୭.୦୦ କୋଟି ଟଙ୍କାର ବ୍ୟବସାୟ ହାସଲ ହୋଇଅଛି । ମୋଟ ଟ.୭.୦୦ କୋଟି ଟଙ୍କାର ବିକ୍ରି ମଧ୍ୟରୁ ବୟନିକାର ଟ.95.00 ଲକ୍ଷ,ସମ୍ବଲପୁରୀ ବସ୍ତ୍ରାଳୟ ଟ.୩୧.୫୯ ଲକ୍ଷ ଏବଂ ସେରିଫେଡ ତ.୨୧.୦୨ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଛି । ଏହି ମେଳା ବହୁତ ଶୃଙ୍ଖଳିତ ଭାବେ ବୟନିକା ଦ୍ଵାରା ଆୟୋଜିତ ହୋଇଥିବାରୁ ଏଥିରେ ବିଭିନ୍ନ ରାଜ୍ୟରୁ ଯୋଗଦାନ କରିଥିବା ସମିତି ଏବଂ ସଂସ୍ଥାର କର୍ମକର୍ତ୍ତା ମାନେ ସନ୍ତୋଷ ପ୍ରକାଶ କରିଥିଲେ । ଏହି ମେଳାକୁ ପ୍ରାୟ ୨.୦୦ ଲକ୍ଷ ଦର୍ଶକ ପରିଦର୍ଶନ କରିବା ସହ ମେଳାର ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ । ଆସନ୍ତା ବର୍ଷ ମେଳାକୁ ଆହୁରି ଆକର୍ଷଣୀୟ କରିବାକୁ ଉଦ୍ୟମ କରାଯିବ ବୋଲି ବୟନିକାର ପରିଚାଳନା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Share in top social networks!