ମହାନଦୀ ଉପରେ ନୂତନ ସେତୁ ନିର୍ମାଣ ଯୋଜନା ଗୋପୀନାଥପୁର (ବଡମ୍ବା)- ବୈଦ୍ୟେଶ୍ଵର ଭାୟା ସିଂହନାଥ ପୀଠ ମଧ୍ୟରେ ସଂଯୋଗ

48013
ଗୋପୀନାଥପୁର ,ବୈଦ୍ୟେଶ୍ଵର ଭାୟା ସିଂହନାଥ ପୀଠ ମଧ୍ୟରେ ସିଧାସଳଖ ଯାତାୟାତ ନିମନ୍ତେ ମହାନଦୀ ଉପରେ ୧୮୦.୩୯ କୋଟି ଟଙ୍କା ବିନିମୟରେ ଏକ ନୂତନ ସେତୁ ନିର୍ମାଣ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଙ୍କ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ତଥା କୃଷି ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ)ଶ୍ରୀ ଉପେନ୍ଦ୍ର ନାଥ ବେହେରା,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ବିଭାଗ ଶ୍ରୀ ଆଇ.ଶ୍ରୀନିବାସ,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜସ୍ୱ ବିଭାଗ,ଶ୍ରୀ ତାରାଦତ୍ତ,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ,ପୂର୍ତ୍ତ ବିଭାଗର ସଚିବ ଶ୍ରୀ ନଳିନୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରସ୍ତାବିତ ସେତୁର ଲମ୍ବ ୨.୮୪୦ କି.ମି ବୋଲି ଅଟକଳ କରାଯାଇଛି । ଏହି ବନ୍ଧା ନିର୍ମାଣ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ହୋଇପାରିବ । ଏଠାରେ ପାର୍କିଂ ସ୍ଥାନ କରାଯିବା ସଙ୍ଗେସଙ୍ଗେ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ପ୍ରଭୃତ ଉନ୍ନତି ଘଟିବ ।

Share in top social networks!