ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ; ଭାଷାର ବିକାଶ ଓ ଗବେଷଣା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ

48120 ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ଦ୍ଵାରା ଅନୁମୋଦନ ଲାଭ କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରିଛନ୍ତି । ଏହା ସବୁ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଆ ଭାଷାରେ ଗବେଷଣା ସହିତ ଆମ ଭାଷାର ବିକାଶ ପାଇଁ ଏହା ଅଧିକ ସୁଯୋଗ ସୃଷ୍ଟି କରିବା ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକତ କରିବା ସହ ଓଡିଶାର ବହୁ ଦିନର ଏହି ଦାବି ପୂରଣ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମ ଭାଷା ପାଇଁ ଏହି ଐତିହାସିକ ମୁହୂର୍ତ୍ତକୁ ଉପଯୁକ୍ତ ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ବ୍ଲକ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ କୋଠାବାଡିକୁ ତିନିଦିନ ପାଇଁ ଆଲୋକମାଳାରେ ସୁସଜ୍ଜିତ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ସମସ୍ତ ସ୍କୁଲମାନଙ୍କରେ ଓଡିଆ ଭାଷା ଓ ସଂସ୍କୃତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶୟରେ ସ୍ଵତନ୍ତ୍ର ସଭା ଉତ୍ସବର ଆୟୋଜନ କରିବା ଏବଂ ଓଡିଆ ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଐତିହାସିକ ମୁହୁର୍ତ୍ତ୍ଵକୁ ସ୍ମରଣୀୟ କରିବା ପାଇଁ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ସ୍ଵତନ୍ତ୍ର ସଂଖ୍ୟା ଓଡିଆଭାଷା,ସଂସ୍କୃତି,ସାହିତ୍ୟ ଓ ଇତିହାସ ଉପରେ ପ୍ରକାଶ କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଅଛି ।

Share in top social networks!