ଅପ୍ରେଲରୁ ୧୯ ଜିଲ୍ଲାରେ ପିଡିଏସ୍ ବନ୍ଦ!

odisha-map14ଆସନ୍ତା ଏପ୍ରିଲ ପହିଲାରୁ ସାଧାରଣ ବଣ୍ଟନ କ୍ଷେତ୍ରରେ ରାଜ୍ୟରେ ରିଟେଲର ବ୍ୟବସ୍ଥା ସମ୍ପୂର୍ଣ ଉଚ୍ଛେଦ ହେବ |କୌଣସି ପରିସ୍ଥିରେ ରିଟେଲରଙ୍କ ଲାଇସେନ୍ସ ନବୀକରଣ କରାଯିବ ନାହିଁ |ଜଷ୍ଟିସ ୱାଧା କମିସନଙ୍କ ସୁପାରିସ କୁ କାର୍ଯ୍ୟକାରୀ କରିବାକୁ ଯାଇ ଖାଦ୍ୟ ଯୋଗାଣ ବିଭାଗ ଏ ନିଷ୍ପତ୍ତି ନେଇଛି | ଅନ୍ୟପଟରେ ପଞ୍ଚୟତିରାଜ ବିଭାଗ ବଣ୍ଟନ ବ୍ୟବସ୍ଥା କୁ ମୁଣ୍ଡ କୁ ନେବା ପରିବର୍ତେ ଭିଏଲଡବ୍ଲୁ ନିଯୁକ୍ତି ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛି |ଉଭୟ ବିଭାଗର ଟଣାଓଟରା କାରଣରୁ ଆସନ୍ତା ଅପ୍ରେଲ ମାସରୁ ରାଜ୍ୟର ୧୯ଟି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି |

Share in top social networks!