ମୟୂରଭଞ୍ଜରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

imagesରାଜ୍ୟ ସରକାର ରାଜ୍ୟରେ ଡାକ୍ତର ଅଭାବ ପୂରଣ କରିବା ପାଇଁ ୪ କୋଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଲେଶ୍ଵର,ବାରିପଦା,କୋରାପୁଟ ଓ ବଲାଙ୍ଗୀରକୁ ମେଡିକାଲ କଲେଜକୁ ଉନ୍ନୀତ କରିବା ପାଇଁ କେନ୍ଦ୍ର ସରକାରକୁ ପ୍ରସ୍ତାବ ଦିଆଯାଇଥିଲା । କେନ୍ଦ୍ର ସରକାର ବାଲେଶ୍ଵର,କୋରାପୁଟ ଓ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଧନ୍ୟବାଦ ଜଣାଇବା ସହିତ ଏହି ପ୍ରକ୍ରିୟାରୁ ବାରିପଦାକୁ ବାଦ ଦେଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୟୂରଭଞ୍ଜ ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଅଟେ । ତେଣୁ ଏହାର ମୁଖ୍ୟାଳୟ ବାରିପଦା ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ଉନ୍ନୀତ କରିବା ପାଇଁ ଉପରୋକ୍ତ ଅନ୍ୟ ୩ଟି ଜିଲ୍ଲା ସହିତ ପ୍ରସ୍ତାବ କେନ୍ଦ୍ରକୁ ଦିଆଯାଇଥିଲା । ବାରିପଦା ମେଡିକାଲ କଲେଜ ହେଲେ ମୟୂରଭଞ୍ଜ ପରି ଆଦିବାସୀ ବହୁଳ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏବଂ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ । ତେଣୁ ମୟୂରଭଞ୍ଜ ପରି ଆଦିବାସୀ ବହୁଳ ଜିଲାର ସ୍ଵାର୍ଥଦୃଷ୍ଟିରୁ କେନ୍ଦ୍ରସରକାର ବାରିପଦା ମୁଖ୍ୟଚିଲିତ୍ସାଳୟ କୁ ମେଡିକାଲ କଲେଜକୁ ଉନ୍ନୀତ କାରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ ଦାବି କରିଛନ୍ତି ।

Share in top social networks!