ଦ୍ଵିତୀୟ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ; ଭୁବନେଶ୍ଵରରେ BRTS ପାଇଁ 458.57କୋଟି ମଞ୍ଜୁର ରାଜୀବ ଆବାସ ଯୋଜନାରେ ଅଧିକ 35ଟି ସହର ଅନ୍ତର୍ଭୁକ୍ତ ପାଇଁ ଅନୁମୋଦନ

47837ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟ ଠାରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ରେ ଆଜି ଭୁବନେଶ୍ଵରରେ ଏକ ଅତ୍ୟାଧୁନିକ (Bus Rapid Transit System) BRTS ପାଇଁ 458.57କୋଟି ମଞ୍ଜୁର କରାଯାଇଅଛି । BRTS ର ଏହା ଫେଜ୍ -1 ପ୍ରକଳ୍ପ । ଏଥିରେ ୩୦.୩୨ କିମି ଅତ୍ୟାଧୁନିକ ରାସ୍ତା ନିର୍ମାଣ ସହିତ ବିଭିନ୍ନ ପଥ ପ୍ରାନ୍ତ ସୁବିଧା ,IT ଓ ଅନ୍ୟାନ୍ୟ ଅପରେଟିଂ ସେବା କାର୍ଯ୍ୟ କାରୀ କରାଯିବ । ଏଥିରେ ନନ୍ଦନକାନନ ରୋଡ,NH-5,ଜନପଥ,ରାଜପଥ,NH-203,ବିଦ୍ୟୁତ ମାର୍ଗ,ସଚିବାଳୟ ମାର୍ଗ,ଆଜାଦ ମାର୍ଗ, ଓ ଗୋପବନ୍ଧୁ-ରାଜଭବନ ରାସ୍ତା – ଏହିପରି 9ଟି BRTS କରିଡର ନିର୍ମାଣ ହେବ । ଅହମଦାବାଦ ର CEPT ବିଶ୍ୱବିଦ୍ୟାଳୟ ଦ୍ଵାରା ଏହାର ସଂପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । 9ଟି କରିଡର ସହିତ 46ଟି BRTS ଷ୍ଟେସନ ମଧ୍ୟ ନିର୍ମାଣ କରାଯିବ । ଏହି ପ୍ରକଳ୍ପର ପ୍ରମୁଖ ଅଂଶ ରାସ୍ତା ନିର୍ମାଣ ପାଇଁ 261.31 କୋଟି,ଷ୍ଟେସନ ପାଇଁ 30କୋଟି,ଟର୍ମିନାଲ ଓ ଡିପୋ ପାଇଁ 54.17 କୋଟି,କଣ୍ଟ୍ରୋଲ ସେଣ୍ଟର ପାଇଁ 15.53 କୋଟି,ITS ଆପ୍ଲିକେସନ ପାଇଁ 37.90 କୋଟି ଟଙ୍କା ବିନିଯୋଗ କରାଯିବ । ସମୁଦାୟ BRTS ଫେଜ୍-1 ରେ 458.57 କୋଟି ତାଙ୍କ ବ୍ୟୟ କରାଯିବ । ସେହିପରି ରାଜ୍ୟର ଆହୁରି ଅଧିକ 35ଟି ସହର ରାଜୀବ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାପାଇଁ ବୈଠକରେ ଅନୁମୋଦନ ଦିଆଯାଇଅଛି । ଏହି ବୈଠକରେ କୃଷି ଓ ନଗର ଉନନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର,ଉନ୍ନୟନ କମିସନର ଶ୍ରୀ ଆଇ ଶ୍ରୀନିବାସ,ରାଜୀବ ଆବାସ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ତାରା ଦତ୍ତ,ଅର୍ଥବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା,ପୂର୍ତ୍ତ ସଚିବ ନଲିନୀ କାନ୍ତ ପ୍ରଧାନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!