ଅନୁଗୁଳର ପଞ୍ଜୀକୃତ ଗ୍ରାମ ନିମନ୍ତେ ନାଲକୋ ପକ୍ଷରୁ ମାଗଣା ବର୍ହିଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ

DSC_0439ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ର ସ୍ନେଲ୍ଟର ଓ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ପକ୍ଷରୁ ଏହାର ପାରିପାର୍ଶ୍ଵିକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳସ୍ଥିତ ପଞ୍ଜୀକୃତ ଗ୍ରାମଗୁଡିକର ଅଧିବାସୀମାନଙ୍କ ପାଇଁ ଏକ ବର୍ହିଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏଠାରେ ସ୍ୱାସ୍ଥ୍ୟ ପରିକ୍ଷା ପରେ ରୋଗୀମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯିବ । କମ୍ପାନୀ ପକ୍ଷରୁ ପରିଚାଳିତ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ବ୍ୟତୀତ ଏହି ସ୍ୱାସ୍ଥ୍ୟ ସୁବିଧାକୁ ସମ୍ପ୍ରସାରିତ କରାଯାଉଛି । ଆଜି ତୁଲସୀପାଳ ଗ୍ରାମରେ ଏହି ପଞ୍ଜୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ,ଅନୁଗୁଳର ଜିଲ୍ଲାପାଳ ଶ୍ରୀ ସଚିନ ଯାଦବ,ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍.କେ ରାୟ ଏବଂ ମହାପ୍ରବନ୍ଧକ ଶ୍ରୀ ପ୍ରଦୋଷ ମହାନ୍ତି ତଥା ବଅଁରପାଳର ବିଡିଓ ସୁଜାତା ଶୁଭଦର୍ଶିନୀ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବିତରଣ କରିଥିଲେ । ଡିଜିଏମ୍ ଶ୍ରୀ ଅନିଲ ଭଟ୍ଟ କାର୍ଡ୍ ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share in top social networks!