ମନ୍ତ୍ରୀ ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ ଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

downloadଅନୁସୂଚିତ ଜନଜାତିଙ୍କ ପୂଜାସ୍ଥଳୀଗୁଡିକର ରକ୍ଷଣା ବେକ୍ଷଣ ,ସୁରକ୍ଷା ଏବଂ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 12 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବାରୁ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଛନ୍ତି ଯେ,ଆଦିବାସୀମାନେ ହେଉଛନ୍ତି ପ୍ରକୃତିର ସନ୍ତାନ । ସେମାନଙ୍କର ଧାର୍ମିକ ଚେତନାରେ ବୃକ୍ଷର ସ୍ଥାନ ଅତି ଗୁରୁତ୍ୱପୂର୍ଣ୍ଣ । ବୃକ୍ଷକୁ ଏକ ଧର୍ମପୀଠ ଭାବେ ସେମାନେ ପୂଜାର୍ଚ୍ଚନା କରିଥାନ୍ତି । ଏହାସହିତ ସେମାନଙ୍କର ଜୀବନ ଶୈଳୀ,ଧର୍ମୀୟ ଭାବାବେଗ,ସଂସ୍କୃତି ଏବଂ ପରମ୍ପରା ଅତି ଅଙ୍ଗାଙ୍ଗୀ ଭାବେ ଜଡିତ । ମୁଖ୍ୟତଃ ମୟୂରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ,କନ୍ଧମାଳ,କୋରାପୁଟ,ବାଲେଶ୍ଵର ଓ ଗଜପତି ଇତ୍ୟାଦି ଜନଜାତି ବହୁଳ ଜିଲ୍ଲାମାନଙ୍କରେ ଏଭଳି ପୂଜାସ୍ଥଳୀ ଗୁଡିକ ସେଖାଯାଇଥାଏ । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହିଭଳି ୨୦୦୦ଟି ପୂଜାସ୍ଥଳୀ ଚିହ୍ନଟ କରାଯାଇଅଛି ଏବନହ ତାର ରକ୍ଷାବାବେକ୍ଷଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ଏହା ଆଦିବାସୀ ଜନଜୀବନ ପ୍ରତି ସମ୍ମାନ ଓ ସେମାନଙ୍କର ପାରମ୍ପରିକ ରୀତିନୀତି ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ସୂଚାଉଛି । ଏଥିପାଇଁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପକ୍ଷରୁ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Share in top social networks!