ହିନ୍ଦୁ ଧର୍ମାନୁଷ୍ଠାନ ଉଡିକା ଦ୍ଵାରା ଅଂଶଧନ ପ୍ରଦାନ ବ୍ୟବସ୍ଥାର ଉଚ୍ଛେଦ

47571
ଓଡିଶାରେ ଥିବା ହିନ୍ଦୁ ଧର୍ମାନୁଷ୍ଠାନ ଓ ଦେବୋତ୍ତର ସମ୍ପତ୍ତିଗୁଡିକର ସୁପରିଚାଳନା ପାଇଁ ୧୯୫୧ ମସିହାରେ ଓଡିଶା ହିନ୍ଦୁ ଦେବୋତ୍ତର ଆଇନ ପ୍ରଣୀତ ହୋଇଥିଲା । ଏହି ଆଇନର ଧାରା ୬୩ ଅନୁଯାୟୀ ଓଡିଶା ହିନ୍ଦୁ ଧର୍ମାନୁଷ୍ଠାନ ଓ ଦେବୋତ୍ତର ପ୍ରଶାସନ ପାଣ୍ଠି ସୃଷ୍ଟି କରାଯାଇଥିଲା । ତଦନୁଯାୟୀ ଯେଉଁ ଧର୍ମାନୁଷ୍ଠାନ ମାନଙ୍କର ବାର୍ଷିକ ଆୟ ୨୫୦ ଟଙ୍କାରୁ ଊର୍ଦ୍ଧ୍ଵ ସେମାନେ ତାଙ୍କ ଆୟର ଶତକଡା ୭ଭାଗ ଏ ପାଣ୍ଠିକୁ ଅଂଶଧନ ଭାବେ ପ୍ରଦାନ କରିବାକୁ ପଡୁଥିଲା । ମାତ୍ର ଅଧିକାଂଶ ଧର୍ମାନୁଷ୍ଠାନର ଭୁସମ୍ପତ୍ତିରୁ ହେଉଥିବା ଆୟ ବନ୍ୟା,ବାତ୍ୟା,ମରୁଡିଆଦି ପ୍ରାକୃତିକ ବିପର୍ଯ୍ୟୟ ଓ ଜବରଦଖଲ ଆଦି ମାନବକୃତ ସମସ୍ୟା ଦ୍ଵାରା ପ୍ରଭାବିତ ହେଉଥିବାରୁ ଏହି ସ୍ୱଳ୍ପ ଆୟ ମନ୍ଦିରଗୁଡିକର ଦୈନିକ ନୀତିକାନ୍ତ ପରିଚାଳନା ଓ ଅଂଶଧନ ପ୍ରଦାନ ପାଇଁ ଯଥେଷ୍ଟ ହେଉ ନଥିଲା । ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କର ଏ ପ୍ରକାର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ହିନ୍ଦୁ ଧର୍ମାନୁଷ୍ଠାନ ଗୁଡିକ ଦ୍ଵାରା ଏ ଅଂଶଧନ ପ୍ରଦାନ ବ୍ୟବସ୍ଥାର ଉଚ୍ଛେଦ କରିବା ପାଇଁ ସମ୍ପୃକ୍ତ ଆଇନରେ ଆବଶ୍ୟକ କରିବା ପାଇଁ ସରକାର ନୀତିଗତ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ଦ୍ଵାରା ଓଡିଶାର ଅଗଣିତ ହିନ୍ଦୁ ଦେବୋତ୍ତର ଧର୍ମାନୁଷ୍ଠାନ ଉପକୃତ ହେବେ ବୋଲି ଆଶା କରାଯାଏ ।

Share in top social networks!