ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ପରଲୋକରେ ଶିଳ୍ପ ଓ ଅବକାରୀ ମନ୍ତ୍ରୀଙ୍କ ଶୋକ

download
ଓଡିଶାର ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ବିୟୋଗରେ ଶିଳ୍ପ ଓ ଅବକାରୀ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଏକ ଶୋକବାର୍ତାରେ କହିଛନ୍ତି ଯେ ଓଡିଶାର ରାଜନୀତିର ଜଣେ ଅନନ୍ୟ ବ୍ୟକ୍ତିତ୍ଵ ଥିଲେ ଯୁଧିଷ୍ଠିର ଦାସ । ତାଙ୍କ ମୂଲ୍ୟବିଧ ଭିତ୍ତିକ ରାଜନୀତି ଓ ନିଷ୍ଠାପଟତା ସମସ୍ତଙ୍କୁ ମୁଗ୍ଧ କରିଥିଲା । ବିଧାନସଭାରେ ବାଚସ୍ପତି ଭାବେ ସେ ସବୁଦଳର ପ୍ରିୟ ଥିଲେ । ପକ୍ଷପାତିତାର ଊର୍ଦ୍ଧ୍ଵରେ ରହି ସେ ୧୯୯୦-୧୯୯୫ ଦୀର୍ଘ ୫ବର୍ଷ କାଳ ବାଚସ୍ପତିର ଗୁରୁ ଦାୟିତ୍ଵ ସୂଚାରୁ ରୂପେ ତୁଲାଇଥିଲେ ।ସେ ଜଣେ ନିଷ୍ଠାପର ସମାଜସେବୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ୯୩ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି । ସ୍ଥାନୀୟ କିମ୍ସ ହସ୍ପିଟାଲରେ ଅସୁସ୍ଥତା ପାଇଁ କିଛିଦିନ ଧରି ଚିକିତ୍ସା ଧୀନ ଥିଲେ । ତାଙ୍କ ତିରୋଧାନ କେବଳ ରାଜନୀତି କ୍ଷେତ୍ରରେ ନୁହେଁ ସମଗ୍ର ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିବ । ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Share in top social networks!