ଏସିଆନ୍ ସ୍କୁଲ୍ ଚେସ୍ ଓଡିଆଙ୍କ ଦମ୍-ଦାର ପ୍ରଦର୍ଶନ, ସାଇନାଙ୍କୁ ସ୍ଵର୍ଣ, ସ୍ମାରକୀ ଓ ଋତୁମ୍ବରା ଙ୍କୁ ରୌପ୍ୟ-ବ୍ରୋଞ୍ଜ

11820390ଓଡିଆ ଝିଅ ସାଇନା ସଲୋନିକା ତାଙ୍କ ଛୋଟିଆ ଚେସ୍ କ୍ୟାରିୟରରେ ଆଉ ଏକ ବଡ ସଫଳତା ଯୋଡିଛନ୍ତି | ନୂଆଦିଲ୍ଲୀରେ ଆୟୋଜିତ ଏସିଆନ୍ ସ୍କୁଲ୍ ଚେସ୍ ରେ ଏହି କୁନି ଝିଅ ସ୍ଵର୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି |୯ ରାଉଣ୍ଡ ବିଶିଷ୍ଠ ଏହି ଟୁର୍ନାମେଣ୍ଟରେ ଅପରାଜେୟ ରହିବା ସହ ସାଇନା ୮ ପଏଣ୍ଟ ପାଇ ଏସିଆନ୍ ସ୍କୁଲ୍ ଚେସ୍ ରେ ଦ୍ଵିତୀୟ ସ୍ଵର୍ଣ ଜିତିଛନ୍ତି | ୨୦୧୦ ରେ କଲମ୍ବୋଠାରେ ଅନୁଷ୍ଠିତ ଏସିଆନ୍ ସ୍କୁଲ୍ ଚେସ୍ ର ୭ବର୍ଷରୁ କମ ବାଳିକା ବର୍ଗରେ ସେ ମଧ୍ୟ ସ୍ଵର୍ଣ ପଦକ ଜିତିଥିଲେ |ସାଇନାଙ୍କ ସହ ଆଊ ଦୁଇ ଓଡିଆ ତାରକା ସ୍ମାରକୀ ମହାନ୍ତି (୫ ପଏଣ୍ଟ) ଓ ଋତୁମ୍ବରା ବିଧାର (୭ ପଏଣ୍ଟ) ମଧ୍ୟ ପଦକ ବିଜୟୀ ତାଲିକାରେ ସ୍ଥାନ ପାଇଛନ୍ତି |ସ୍ମାରକୀ ୧୫ ବର୍ଷରୁ କମ ବାଳିକାର ଦ୍ଵିତୀୟ ସ୍ଥାନ ରେ ରହି ରୌପ ପଦକ ଜିତିଲା ବେଳେ ଋତୁମ୍ବରା ୧୧ ବର୍ଷରୁ କମ ବାଳିକାର ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଛନ୍ତି |ସେହିଭଳି ପ୍ରତିଯୋଗିତା ଆରମ୍ଭରୁ ଖେଳାଯାଇଥିବା ରାପିଡ୍ ଚେସ ରେ ସ୍ମାରକୀ ସ୍ଵର୍ଣ ପଦକ ପାଇଥିଲା ବେଳେ ଶେଷରେ ଖେଳା ଯାଇଥିବା ବ୍ଲିଜ୍ ରେ ସାଇନା ସ୍ଵର୍ଣ ପଦକ ଜିତି ନେଇଛନ୍ତି | ଚମ୍ପିୟନସିପ୍ ରେ ଭାଗ ନେଇଥିବା ଅନ୍ୟ ଓଡିଆ ଖେଳାଳିଙ୍କ ମଧ୍ୟ ରୁ ମହିତୋଷ ଦେ ୬.୫ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହି ଟପ୍ ଟେନ୍ ଫିନିସ୍ ପାଇଛନ୍ତି |ରିଶବ ଆନନ୍ଦ ସପ୍ତଦଶ ସ୍ଥାନରେ ଅଛନ୍ତି | ୯ ବର୍ଷରୁ କମ୍ ବାଳିକାରେ ନୟନିକା ପରିଜା (୪) ୨୧ତମ ସ୍ଥାନରେ ରହିଛନ୍ତି | ଓଡିଆ ଖେଳାଳିଙ୍କ ସଫଳତା ପାଇଁ ଅଲ ଓଡିଶା ଚେସ୍ ଆସୋସିଏସନ୍ ଏବଂ ପ୍ରତିଷ୍ଠିତ ଚେସ୍ ଗୁରୁ ତଥା ଏସ୍ଆର ଚେସ୍ ସେଣ୍ଟର ର ନିର୍ଦେଶକ ସତ୍ୟ ରଞ୍ଜନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି |

Share in top social networks!