ବାର୍ ଆସୋସିଏସନ୍ ପକ୍ଷରୁ କରାଯାଇଥିବା କ୍ରମାଗତ ଆନ୍ଦୋଳନ ସମ୍ପର୍କରେ ରାଜ୍ୟସଚିବାଳୟ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ

47978ଗତ କିଛିଦିନ ଧରି ବାର୍ ଆସୋସିଏସନ୍ ପକ୍ଷରୁ କରାଯାଇଥିବା କ୍ରମାଗତ ଆନ୍ଦୋଳନ ସମ୍ପର୍କରେ ଆଜି ରାଜ୍ୟସଚିବାଳୟ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି । ସମୀକ୍ଷା ବୈଠକରେ ଉଲ୍ଲିଖିତ ଥିଲା ଯେ,ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଉଚ୍ଚନ୍ୟାୟାଳୟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତା ୦୮.୧୧.୨୦୦୭ ରିଖ ରେ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହା ଗ୍ରହଣୀୟ ହୋଇନଥିଲା । ପୁନଶ୍ଚ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ଅନୁରୋଧ କ୍ରମେ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତା ୨୮.୦୯.୨୦୧୩ ରିଖ ରେ ଏହି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଏକ ସବିଶେଷ ପତ୍ର ଲେଖିଥିଲେ । ଭାରତର ସମ୍ବିଧାନର କେନ୍ଦ୍ରୀୟ ତାଲିକାଭୁକ୍ତ ସପ୍ତମ ଅନୁଚ୍ଛେଦ ଅନୁଯାୟୀ ଏଣ୍ଟ୍ରି-୭୮ ଅନୁସାରେ କେନ୍ଦ୍ର ସରକାର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପତ୍ରର ଉତ୍ତରରେ ମାନ୍ୟବର କେନ୍ଦ୍ରୀୟ ଆଇନମନ୍ତ୍ରୀ ଉଲ୍ଲେକ କରିଥିଲେ ଯେ ଯେହେତୁ ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟବିଚାରପତିଙ୍କ ନିକଟକୁ ଏ ସମ୍ପର୍କରେ ପାତ୍ର ପ୍ରେରଣା କରାଯାଇଛି ତାହାର ଉତ୍ତର ମିଳିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ କ୍ଷେତ୍ରରେ ସ୍ପଷ୍ଟ ଚିତ୍ର ଥିଲେ ମଧ୍ୟ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ଫେବୃୟାରୀ ୯ ତାରିଖ ୨୦୧୪ ମସିହାରେ ଓଡିଶାର ଆଇନମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କ ଅନୁରୋଧକ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥାପି ମାନ୍ୟବର କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଉଚ୍ଚନ୍ୟାୟାଳୟ ସହିତ ସମ୍ପର୍କ ରଖି ଦାବିଗୁଡିକର ପୂରଣ ଦୋଗରେ ଗୁରୁତ୍ଵାରୋପ କରିଥିଲେ । ଅତଏବ ଏଥିରୁ ସ୍ପଷ୍ଟ ଯେ ଦାବି ହାସଲ ଦିଗରେ ଓଡିଶା ସରକାର ସମସ୍ତ ସାମ୍ଭାବ୍ୟ ଗ୍ରହବା କରିଛନ୍ତି । ଏଥିରୁ ଆହୁରୂ ସ୍ପଷ୍ଟ ହେଉଛି ଯେ ଦାବି ହାସଲ ଦିଗରେ ପୁନଶ୍ଚ ପ୍ରଗତି ହିଁ କେବଳ ମାନ୍ୟବର ଉଚ୍ଚନ୍ୟାୟାଳୟର ନ୍ୟାୟିକ ନିଷ୍ପତ୍ତି ଯାହାକି କେନ୍ଦ୍ର ଆଇନମନ୍ତ୍ରୀ ଜଣାଇଛନ୍ତି ତଦନୁଯାୟୀ ଓଡିଶାର ନ୍ୟାୟାଳୟର ନିଷ୍ପତ୍ତି ଉପରେ ନିର୍ଭରଶୀଳ । ଏହା ପ୍ରତୀୟମାନ ହେଉଛି ଯେ ଓଡିଶା ସରକାର ଉଚ୍ଚନ୍ୟାୟାଳୟର ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ଦୃଢ ପରିକର ଏବଂ ଏହି ଦାବୀକୁ ହାସଲ ପାଇଁ ସରକାର ଆନ୍ତରିକ ଉଦ୍ୟମ ଜାରି ରଖିଚାନ୍ତି । ପରନ୍ତୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଙ୍କ ପତ୍ରର ଉତ୍ତରକୁ ଅପେକ୍ଷା । ଏହି ଧର୍ମଘଟ ପଶ୍ଚିମ ଓଡିଶାରେ ଜନସାଧାରଣଙ୍କୁ ଅନେକାଂଶ ରେ ପ୍ରଭାବିତ କରିଛି । ତହସିଲ ଅଫିସ ରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପ୍ରମାଣ ପାତ୍ର ପାଇବାରେ ବଞ୍ଚିତ ହେଉକହନ୍ତି । ଏହି କାର୍ଯ୍ୟରେ ବିଳମ୍ବ ସେମାନଙ୍କ କ୍ୟାରିଅରରେ ପ୍ରତିକୂଳ ପ୍ରଭାବ ପକାଇ ପାରେ । ବୟସ୍କ,ଭିନ୍ନକ୍ଷମ,ବିଧବା ଏବଂ ଅସହାୟମାନେ ସେମାନଙ୍କ ଭତ୍ତା ପାଇବାରୁ ବଞ୍ଚିତ ହେବେ,ସେହିପରି ଉରୁତର ରୋଗୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁଦାନ ପାଇବାରେ ସମର୍ଥ ହେବେ ନାହିଁ ।
ଏହି ଦୃଷ୍ଟିରୁ ସରକାର ପଶ୍ଚିମ ଓଡିଶା ବାର ଆସୋସିଏସନ ର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିକୁ ଆନ୍ଦୋଳନରୁ ଓହରିଯିବା ପାଇଁ ନିବେଦନ କରୁଛନ୍ତି ଯାହା ଦ୍ଵାରା କି ସାଧାରଣ ଲୋକମାନେ ସରକାରୀ ସେବା ପାଇବାକୁ ସମର୍ଥ ହେବା ସଙ୍ଗେସଙ୍ଗେ ଆସନ୍ତା ସାଧାରଣ ନିର୍ବାଚନ କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ ।

Share in top social networks!