୨୧୦୧ ପ୍ରାଥମିକ ସେବା ସମବାୟ ସମିତି ମାଧ୍ୟମରେ ଏ ପର୍ଯ୍ୟନ୍ତ ମୋଟ ୨୩,୦୧,୯୧୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି

download
ନିୟନ୍ତ୍ରିତ ବଜାର କମିଟି ମାନେ ଧାନ କ୍ରୟ କରି ନଥାନ୍ତି । ଚଳିତ ଖରିଫ ବିପଣନ ବର୍ଷ ୨୦୧୩-୧୪ ରେ ରାଜ୍ୟରେ ୨୧୦୧ ପ୍ରାଥମିକ ସେବା ସମବାୟ ସମିତି ଅଦ୍ୟାବଧି ଓଡିଶା ରାଜ୍ୟ ଯୋଗାଣ ନିଗମର କମିଶନ ଏଜେଣ୍ଟ ଭାବରେ ମୋଟ ୨୩ଲକ୍ଷ ୧ହଜାର ୯୧୨ ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି । ଏହି ନିୟନ୍ତ୍ରିତ ବଜାର କମିଟି ମାନଙ୍କରେ ସରକାର ଚାଷୀମାନଙ୍କର ଉତ୍ପାଦିତ ଦ୍ରବ୍ୟର ସୁ-ବିକ୍ରିବଟା ପାଇଁ ବିଭିନ୍ନ ଜାଗାରେ ୫୪ଟି ମୁଖ୍ୟବଜାର ପ୍ରାଙ୍ଗଣ ଓ ୩୮୨ ଟି ଉପ-ବଜାର ପ୍ରାଙ୍ଗଣମାନ ପ୍ରତିଷ୍ଠା କରିଛନ୍ତି । ଆହୁରି ୧୫୦ ଟି ନୂତନ ବଜାର ପ୍ରାଙ୍ଗଣର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି । ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଆରଏମସି ଓ ପିଏସିଏସମାନଙ୍କୁ ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ଯୋଗାଇ ଦେଇଥାନ୍ତି । କୃଷିଜାତ ଦ୍ରବ୍ୟର କିଣାବିକା ଉପରେ ଆରଏମସି କ୍ରୋତାଙ୍କଠାରୁ ଧାନ ଉପରେ ୨%,ଅନ୍ୟାନ୍ୟ କୃଷି ଜାତ ଦ୍ରବ୍ୟରୁ ୧%ଓ ଗାଈ ଗୋରୁ କିଣାଉପରେ ୧ରୁ ୩%ମାର୍କେଟ ଫି ଆଦାୟ କରିଥାନ୍ତି । ଧାନକ୍ରୟ କଅରୁଥିବା ପିଏସିଏସ ମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୨.୫%କମିଶନ ପାଇଥାନ୍ତି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ ବିଧାନସଭାରେ ସୂଚନା ଦେଇଛନ୍ତି ।

Share in top social networks!