ଦୁର୍ନୀତି ବିରୋଧୀ ଭାରତ (ଓଡିଶା), ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଆନ୍ନାଜୀଙ୍କ ଡକରା

ବର୍ଷିୟାନ୍ ଜନନେତା ଶ୍ରୀ ଆନ୍ନା ହାଜାରେଙ୍କ ଆହ୍ଵାନକ୍ରମେ “ଦୁର୍ନୀତି ବିରୋଧୀ ଭାରତ ” ପକ୍ଷରୁ ଆସନ୍ତା ବିବେକାନନ୍ଦ ଜୟନ୍ତୀ (ଯୁବ ଦିବସ ତା ୧୨.୦୧.୨୦୧୩ ରିଖ) ଅବସରରେ ମହାରାଷ୍ଟ୍ରର ରାଲେଗାଁଓ ଠାରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଦେଶଭକ୍ତ ଭ୍ରଷ୍ଟାଚାର –ବିରୋଧୀ ସ୍ଵେଚ୍ଛାସେବୀ ମାନଙ୍କୁ ଏକତ୍ରିତ କରିବାର ସ୍ଥିରୀକୃତ ହୋଇଅଛି |ଏହି ଲକ୍ଷ୍ୟନେଇ ଓଡିଶାର ନିମ୍ନୋକ୍ତ ୫ ଟି ସ୍ଥାନରେ ଯୁବା ସ୍ଵେଚ୍ଛାସେବୀ ତଥା ଆଗ୍ରହୀ ବନ୍ଧୁ ମାନଙ୍କର ଏକଦିବାସୀୟ କର୍ମଶାଳାମାନ ଆୟୋଜନ କରାଯିବାର ନିର୍ଣ୍ଣୟ ହୋଇଅଛି |

ଏଠି ନିମନ୍ତେ ଚଳିତ ଡିସେମ୍ବର ମାସରେ ଯଥାକ୍ରମେ : କଟକ ସହର – ତା ୨୨ ରିଖ (ଶନିବାର), ବାଲେଶ୍ଵର ସହର – ତା ୨୩ ରିଖ (ରବିବାର), ରାଉରକେଲା ତା . ୨୫ ରିଖ (ମଙ୍ଗଳବାର), ବରଗଡ ତା.୨୬ ରିଖ (ବୁଧବାର) , ବ୍ରହ୍ମପୁର ତା. ୨୯ ରିଖ (ଶନିବାର) ଦିନ ମାନଙ୍କରେ କାର୍ମଶାଳା ଗୁଡିକ ଅନୁଷ୍ଠିତ ହେବ ବୋଲି ଆଇ.ଏ.ସି . (ଓଡିଶା) ତରଫରୁ ମଳୟ କୁମାର ତ୍ରିପାଠୀ ଜଣାଯିବା ସଙ୍ଗେ ସଙ୍ଗେ ଆଗ୍ରହୀ ସ୍ବେଛାସେବୀ ବନ୍ଧୁ ତଥା ଯୁବସାଥୀ ମାନଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି |

Share in top social networks!