ଫସଲହାନି ପାଇଁ ସରକାର କ୍ଷତିଗ୍ରସ୍ତ ଫସଲ ଋଣକୁ ମଧ୍ୟକାଳୀନ ଋଣରେ ପରିବର୍ତ୍ତନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଆରୁଖ

download (2)
ରାଜ୍ୟରେ ଥିବା ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କମାନେ ସେବା ସମବାୟ ସମିତି ଜରିଆରେ ଗତ ୨୦୧୩ ଖରିଫ ଋତୁରେ ୧୫ଲକ୍ଷ ୨୫ହଜାର ୬୮୧ଜଣ ଚାଷୀଙ୍କୁ ୩୬୨୪ କୋଟି ୨୯ଲକ୍ଷ ଟଙ୍କାର ଫସଲ ଋଣ ପ୍ରଦାନ କରିଛନ୍ତି । ରାଜ୍ୟରେ କୃଷକମାନଙ୍କର ଫସଲ ହାନି ପାଇଁ ସରକାର କ୍ଷତିଗ୍ରସ୍ତ ଫସଲ ଋଣକୁ ଜିଲ୍ଲାପାଳମାନଙ୍କ ଗ୍ରାମୱାରୀ ଘୋଷଣା ଅନୁଯାୟୀ ମଧ୍ୟକାଳୀନ ଋଣରେ ପରିବର୍ତ୍ତନ କରିବା ପାଇଁ ବ୍ୟବସ୍ଥା କରିଥାନ୍ତି । ରାଷ୍ଟ୍ରୀୟ ଫସଲ ବୀମା କାର୍ଯ୍ୟକ୍ରମମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ କାରଣ ହେତୁ ଫସଲ କ୍ଷତିର ପରିମାଣକୁ ଫସଲକାଟ ପରୀକ୍ଷା ଦ୍ଵାରା ଆକଳନ କରି କ୍ଷତିପୂରଣ ବାବଦକୁ ଅର୍ଥ ପ୍ରଦାନ କରାଯାଇଥାଏ । ଧାର୍ଯ୍ୟ ଅମଳ ସହ ଆକଳନ କରାଯାଇଥିବା ପ୍ରକୃତ ଅମଳର ତାରତମ୍ୟକୁ ବିଶ୍ଳେଷଣ କରି ଫସଲହାନିର ପରିମାଣ ସ୍ଥିରୀକୃତ କରାଯିବା ପରେ କ୍ଷତିପୂରଣ ଦିଆଯାଇଥାଏ । ଚାଷୀମାନେ ସେମାନଙ୍କର ଜମିର ମୃତ୍ତିକାକୁ ପରୀକ୍ଷା କରି ଉଚିତ ପରାମର୍ଶ ମାଧ୍ୟମରେ ସେମାନଙ୍କର ଜମିର ସୁରକ୍ଷା ସଙ୍ଗେସଙ୍ଗେ ମୌଳିକତାକୁ ବଜାୟ ରଖିପାରିବେ ବୋଲି ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!