ଅନ୍ୟ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଆସିଥିବା ୨୬୯୦.୭୭ କି.ମି ରାସ୍ତାର ଉନ୍ନତିକରଣ ପାଇଁ ୨୦୧୩-୧୪ ରେ ୨୨କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି

47978
ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୨୮ହଜାର ୧୫୯କିଲୋମିଟର ରାସ୍ତା ଅଛି ।ବିଗତ ୫ବର୍ଷରେ ଅନ୍ୟ ବିଭାଗରୁ ମୋଟ ୨୬୯୦.୭୭ କି.ମି ଦୀର୍ଘ ୩୯୭ଟି ରାସ୍ତା ଏହି ବିଭାଗକୁ ହସ୍ତାନ୍ତରବ ହୋଇଛି । ଏଥି ମଧ୍ୟରେ ଅନୁଗୁଳ ଜିଲ୍ଲାର ମୋଟ ୧୯.୫୦ କି.ମି ୨ଟି ରାସ୍ତା,ବାଲେଶ୍ଵର ଜିଲ୍ଲାର ମୋଟ ୩୭୮.୭୦ କି.ମି ୫୩ଟି ରାସ୍ତା,ଭଦ୍ରକ ଜିଲ୍ଲାର ମୋଟ ୨୮୩ କି.ମି ଦୀର୍ଘ ୫୦ଟି ରାସ୍ତା,ବଲାଙ୍ଗିରର ମୋଟ ୫୫.୫ କି.ମି ଦୀର୍ଘ ୭ଟି ରାସ୍ତା ,ଯାଜପୁରର ମୋଟ ୫୩୫.୫୫ କି ମି ଦୀର୍ଘ ୮୧ଟି ରାସ୍ତା,କଳାହାଣ୍ଡି ଜିଲ୍ଲାର ମୋଟ ୫୯.୭୦ କି.ମି ଦୀର୍ଘ ୭ଟି ରାସ୍ତା,ସମ୍ବଲପୁର ଜିଲ୍ଲାର ମୋଟ ୨.୫୫କି.ମି ଦୀର୍ଘ ଗୋଟିଏ ରାସ୍ତା, ଢେଙ୍କାନାଳ ଜିଲ୍ଲାର ମୋଟ ୭୬.୫ କି.ମି ଦୀର୍ଘ ୧୦ଟି ରାସ୍ତା,ଜଗତସିଂହ ପୁରା ଜିଲ୍ଲାର ମୋଟ ୧୩୯.୪୭ କି.ମି ଦୀର୍ଘ ୨୩ଟି ରାସ୍ତା ଏବଂ ନୂଆପଡା ଜିଲ୍ଲାର ମୋଟ ୨୬.୩୦ କିମି.ଦୀର୍ଘ ୩ଟି ରାସ୍ତା ଅନ୍ତର୍ଭୁକ୍ତ । ଏହି ରାସ୍ତାଗୁଡ଼ିକର ଉନ୍ନତିକାରଣ ପାଇଁ ୨୦୧୩-୧୪ ଆର୍ଥିକ ବର୍ଷରେ ମୋଟ ୨୨କୋଟି ଅର୍ଥ ବ୍ୟୟ ବରାଦ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।