ଦୂରଦର୍ଶନରେ ମାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

48013ଚଳିତ ବର୍ଷ ନୂତନ ଢାଞ୍ଚାରେ ମାଟ୍ରିକ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ମାନଙ୍କ ସୁବିଧା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ , କଟକ ଦ୍ଵାରା ପ୍ରସ୍ତୁତ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପକ୍ଷରୁ ଦୂରଦର୍ଶନ(ଡିଡି-୧/ଡିଡି-୬)ରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘Amaschool. Com’ରେ ଫେବୃୟାରୀ ୧୭ ତାରିଖ ସୋମବାର ଠାରୁ ପ୍ରତ୍ୟହ ୨୭ ତାରିଖ ପର୍ଯ୍ୟନ୍ତ ସକାଳ ୭.୩୦ ମିନିଟ ସମୟରେ ପ୍ରସାରଣ କରାଯିବ । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସମ୍ବନ୍ଧୀୟ ସଂସ୍କାର ମୂଳକ ପଦକ୍ଷେପ ତଥା ବିଭିନ୍ନ ବିଷୟରେ ପରୀକ୍ଷା ସଙ୍କ୍ରାନ୍ତୀୟ ଉପାଦେୟ ଟିପ୍ସ ଉକ୍ତ କାର୍ଯ୍ୟକ୍ରମରେ ପରୀକ୍ଷାର୍ଥୀ ମାନଙ୍କୁ ସହାୟକ ହେବ ବୋଲି ବିଭାଗ ପକ୍ଷରୁ ପ୍ରକାଶ । ଏହି କାର୍ଯ୍ୟକ୍ରମ ଅଭିଜ୍ଞ ଶିକ୍ଷକ ଓ ଶିକ୍ଷାବିତ୍ ମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବାରୁ ପରୀକ୍ଷାର୍ଥୀମାନେ ନିଶ୍ଚିତ ଉପକୃତ ହେବେ । ଫେବୃୟାରୀ୧୭ ତାରିଖରେ ପରୀକ୍ଷା ପଦ୍ଧତି ଓ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ,୧୮ ତାରିଖରେ ଓଡିଆ,୧୯ରେ ଇଂରାଜୀ,୨୦ତାରିଖରେ ଗଣିତ,୨୧ତାରିଖରେ ବିଜ୍ଞାନ,୨୪ ତାରିଖରେ ସାମାଜିକ ବିଜ୍ଞାନ,୨୫ ତାରିଖରେ ଅଭିଭାବକ ମାନଙ୍କ ପାଇଁ ପରାମର୍ଶ,୨୬ ତାରିଖରେ ସଂସ୍କୃତ ଓ ୨୭ ତାରିଖରେ ହିନ୍ଦୀ ବିଷୟରେ ପରୀକ୍ଷାର୍ଥୀ ମାନଙ୍କୁ ବିଶେଷଜ୍ଞ ଓ ଶିକ୍ଷା ବିଶାରଦମାନେ ବିଭିନ୍ନ ସୂଚନା ଦେବେ ।

Share in top social networks!