ପିଏମଜିଏସୱାଇ କମ ଅଧାରୁ ଛାଡି ଚାଲିଯାଉଥିବା ଠିକାଦାରଙ୍କ ଚୁକ୍ତିନାମାକୁ ରଦ୍ଦ କରାଯାଉଛି – ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଆରୁଖ

downloadରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଏବଂ ଏସିଏ ମାଧ୍ୟମରେ ୨୦୦୦-୦୧ ରୁ ଜାନୁୟାରୀ ୨୦୧୪ ମଧ୍ୟରେ ହାତକୁ ନିଆଯାଇଥିବା ରାସ୍ତାମଧ୍ୟରୁ ଯେତେଗୋଟି ରାସ୍ତାର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ ହୋଇ ପାରିନାହିଁ ,ସେହି ସବୁ କ୍ଷେତ୍ରରେ ସମ୍ପୃକ୍ତ ଠିକାଦାରମାନଙ୍କୁ ବାରମ୍ବାର ନୋଟିସ୍ ପଠାଯାଇ କାର୍ଯ୍ୟଗୁଡିକୁ ଶୀଘ୍ରଶେଷ କରିବା ପାଇଁ ତାଗିଦ କରାଯାଉଛି । ଏହା ସତ୍ତ୍ୱେ ଯେଉଁ କାର୍ଯ୍ୟଗୁଡିକର ପ୍ରଗତି ଆଶାନୁରୂପ ହେଉନାହିଁ, ସେହି କାର୍ଯ୍ୟଗୁଡିକର ଚୁକ୍ତିନାମା ରଦ୍ଦ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ନିୟମ ହିସାବରେ ଠିକାଦାରଙ୍କ ଅବହେଳାରୁ ରାସ୍ତାର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଲେ ସମ୍ପୃକ୍ତ ଠିକାଦାରଠାରୁ ଜୋରିମାନା ଆଦାୟ କରାଯାଉଛି । ଏହାବ୍ୟତୀତ ଅଧାରୁ କାମ ଛାଡିଚାଲିଯାଉଥିବା ଠିକାଦାରଙ୍କ ଚୁକ୍ତିନାମାକୁ ରଦ୍ଦ କରାଯାଉଛି । ସେହି ଅସଂପୂର୍ଣ୍ଣ କାର୍ଯ୍ୟକୁ ଶେଷକରିବା ପାଇଁ ଆବଶ୍ୟକ ପଡୁଥିବା ଅଧିକ ଖର୍ଚ୍ଚ କୁ ସମ୍ପୃକ୍ତ ଠିକାଦାରଙ୍କଠାରୁ ଅସମ୍ପୂର୍ଣ୍ଣ ମୂଲ୍ୟର ୨୦% ଅଧିକ ମୂଲ୍ୟ ପର୍ଯ୍ୟନ୍ତ ଜୋରିନାମା ଆଦାୟ କରାଯିବା ର ନିୟମ ରାହିଛି ବୋଲି ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନ ସଭାରେ ପ୍ରକାଶ କରିଛନ୍ତି ।

Share in top social networks!