୭,୯୫,୫୭୭ଜଣଙ୍କୁ ୨୦୩୮କୋଟି ୪୨ଲକ୍ଷ ଟଙ୍କାର ରବି ଋଣ ଦିଆଯାଇଛି –ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ

download
୨୦୧୩ଫାଇଲିନ ମହାବାତ୍ୟା ଓ ତାପରବର୍ତ୍ତୀ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର କେତେକ ଜିଲ୍ଲାରେ ଫସଲର କ୍ଷୟକ୍ଷତି ହୋଇଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟରେ ୩୫୦୦କୋଟି ରବି ଋଣ ଲଗାଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୦୧୪ ଜାନୁଆରୀ ୩୧ସୁଦ୍ଧା ୭ଲକ୍ଷ ୯୫ହଜାର ୫୭୭ ଜଣଙ୍କୁ ୨ହଜାର ୩୮କୋଟି ୪୨ଲକ୍ଷ ଟଙ୍କାର ରବି ଋଣ ଲଗାଣ କରାଯାଇଛି । ରାଜ୍ୟ ସରକାରଙ୍କ ଘୋଷିତ ସ୍ଵତନ୍ତ୍ର ପ୍ୟାକେଜ ଅନୁଯାୟୀ ସମବାୟ ସମିତିରୁ ଖରିଫ ୨୦୧୩ ଋଣ ନେଇଥିବା ଚାଷୀମାନଙ୍କର କ୍ଷତିଗ୍ରସ୍ତ ଫସଲ ଋଣକୁ ୩ବର୍ଷିଆ ମଧ୍ୟକାଳୀନ ଋଣରେ ପରିବର୍ତ୍ତନ କରିବା ପାଇଁ ଲଗାଣର ଧାର୍ଯ୍ୟ ପରିମାଣ ୩୦୦୦ କୋଟି ଟଙ୍କାରୁ ୩୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି । ରବି ଋଣ ପ୍ରଦାନର ସୁଧାର ହାର ୫%ରଖାଯାଇଛି ଏବଂ ନିୟମିତ ପରିଶୋଧକାରୀ ଚାଷୀ ସଭ୍ୟଙ୍କୁ ୩%ଅତିରିକ୍ତ ସୁଧ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଶସ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଋଣୀ ଚାଷୀମାନଙ୍କର ଫସଲ ଋଣ ଉପରେ ଶସ୍ୟକାଟ ପରୀକ୍ଷା ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ବିଧାନସଭାରେ ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

Share in top social networks!