ରାଜ୍ୟରେ କଦଳୀ ଚାଷକୁ ୨୦୧୩ ଖରିଫ ଋତୁରେ କୃଷିବୀମା ଭୃକ୍ତ କରାଯାଇଛି । -ମନ୍ତ୍ରୀ ଶ୍ରୀ ଆରୁଖ

images
ଆମ ରାଜ୍ୟରେ ୨୦୧୩-୧୪ରବି ଋତୁ ରେ ପରିବର୍ତ୍ତିତ ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ଧାନ,ଚିନାବାଦାମ,ସୋରିଷ ଓ ଆଳୁ ଫସଲକୁ ବୀମାଭୁକ୍ତ କରାଯାଇଛି ଓ ବିଗତ ୨୦୧୩ ଖରିଫ ଋତୁରେ ରାଷ୍ଟ୍ରୀୟ କୃଷିବୀମା ଯୋଜନାରେ ଧାନ,ଚିନାବାଦାମ,ଅଳସି,କପା,ହରଡ,ଝୋଟ,ମକା,ହଳଦୀ,ଅଦା ଓ କଦଳୀ ଫସଲକୁ କୃଷିବୀମାଭୁକ୍ତ କରାଯାଇଥିବା ବେଳେ ପରିବର୍ତ୍ତିତ ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ଧାନ ଫସଲକୁ ବୀମାଭୁକ୍ତ କରାଯାଇଥିଲା । ବୈଷୟିକ କମିଟିର ସୁପାରିଶ କ୍ରମେ ରାଜ୍ୟସ୍ତରୀୟ କୃଷିବୀମା ସମନ୍ଵୟ କମିଟି ବୈଠକରେ କେଉଁ ଅଞ୍ଚଳରେ କେଉଁ ଫସଲକୁ ବୀମାଭୁକ୍ତ କରାଯିବ ତାହା ନିଷ୍ପତ୍ତି ନେଇଥାନ୍ତି । ୨୦୦୯-୧୦ବର୍ଷରେ ବୀମାଭୁକ୍ତ ହୋଇଥିବା କୌଣସି ଫସଲକୁ ଅଦ୍ୟାବଧି କୃଷିବୀମାରୁ ବାଦ ଦିଆଯାଇ ନାହିଁ । ପରନ୍ତୁ ଉଦ୍ୟାନ ନିର୍ଦ୍ଦେଶକଙ୍କ ପ୍ରାସ୍ତାବ କ୍ରମେ କଦଳୀ ଚାଷକୁ ୨୦୧୩ ଖରିଫ ଋତୁରେ କୃଷିବୀମା ଭୁକ୍ତ କରଯାଇଛି ବୋଲି ବିଧାନସଭାରେ ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

Share in top social networks!