ମାଟ୍ରିକ ପରୀକ୍ଷା ଆଉ ୧୦ଦିନ

47699
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରିକ୍ଷାକୁ ଆଉ ରହିଲା ମାତ୍ର ୧୦ଦିନ । ଚଳିତ ବର୍ଷ ନୂଆ ଫର୍ମାଟରେ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏହିପରି ସମୟରେ ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବ ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କଥା ବୋର୍ଡର ସଭାପତି ଦକ୍ଷ ପ୍ରସାଦ ନନ୍ଦ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ପ୍ରଶ୍ନପତ୍ର ଓ ଉତ୍ତରଖାତାର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରଯାଇଛି । ଉତ୍ତର ଖାତାର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଉତ୍ତରଖାତାକୁ ପ୍ୟାକିଂ କରିବା ପାଇଁ ୱାଟରଫ୍ରୁପ ପ୍ୟାକ କରାଯାଇଛି । ସେହିପରି ପରୀକ୍ଷା ସମୟରେ ଉତ୍ତରଖାତାକୁ ଆଣିବା ପାଇଁ ସ୍ଵତନ୍ତ୍ର ଡେସପ୍ୟାକ ଟିମ୍ ଗଠନ କରାଯାଇଛି । ଅନ୍ୟପକ୍ଷରେ ପ୍ରଶ୍ନପତ୍ରର ସୁଆରକ୍ଷା ପାଇଁ ସାରା ରାଜ୍ୟରେ ୩୦୫ତୋ ନୋଡାଲ ସେଣ୍ଟର ଖୋଲାଯାଇଥିବା ବେଳେ ଏଠାରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କପି ରୋକିବା ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଡିଇଓ ସ୍ତରରେ ୭୫ଟି,ବୋର୍ଡ ତରଫରୁ ୫୨ ଟି ଓ ଜିଲ୍ଲାପ୍ରଶାସନ ସ୍ତରରେ ମଧ୍ୟ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ଚଳିତ ବର୍ଷ ରାଜ୍ୟର ରାଜ୍ୟର ପାଖାପାଖି ୬ଲକ୍ଷ ୧୪ହଜାର ୪୧ଜଣ ଛାତ୍ରଛାତ୍ରୀ ପରିକ୍ଷାଦେବେ । ସେଥିରେ ରେଗୁଲାର ଭାବେ ୫ଲକ୍ଷ ୫୦ହଜାର ୫୪୯ ଜଣ ରହିଥିବା ବେଳେ ଏକ୍ସ ରେଗୁଲାର କ୍ଷେତ୍ରରେ ରହିଛନ୍ତି ୫୦ହଜାର ୧୮୭ ଜଣ ଛାତ୍ରଛାତ୍ରୀ । ପତ୍ର ବିନିମୟ କ୍ଷେତ୍ରରେ ୮ହଜାର ୭୮୦ ଜଣ ଥିବା ବେଳେ ମଧ୍ୟମାରେ ରହିଛନ୍ତି ୪ହଜାର ୫୨୫ ଜଣଛାତ୍ରଛାତ୍ରୀ ।

Share in top social networks!