ଏ.ବି.ଇ ଓ ପଦବୀ ଗୁଡିକୁ ପଦୋନ୍ନତି ମାଧ୍ୟମରେ ପୂରଣ କରିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି

download
ରାଜ୍ୟର ବ୍ଲକ ମାନଙ୍କରେ ଖାଲିଥିବା ଏ.ବି.ଇ.ଓ ପଦବୀ ଗୁଡିକୁ ପଦୋନ୍ନତି ମାଧ୍ୟମରେ ପୂରଣ କରିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରବିନାରାୟଣ ନନ୍ଦ ପ୍ରକାଶ କରିଛନ୍ତି । ସଭ୍ୟ ନୃସିଂହ ସାହୁ,ପ୍ରଫୁଲ୍ଲ ସାମଲ ଓ ସୁଦର୍ଶନ ଜେନାଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନନ୍ଦ କହିଥିଲେ ଯେ,ରାଜ୍ୟର ବିଭିନ୍ନ ବ୍ଲକ ମାନଙ୍କରେ ୩୧୬ ଟି ବି.ଆର.ସି.ସି ପଦବୀରୁ ୨୬ଟି ଓ ୯୪୮ଟି ଏ.ବି.ଆଇ ଓ ପଦବୀରୁ ୨୨୧ ଟି ୩୧୪ ଟି ବି.ଇ. ଓ ପଦବୀରୁ ୧୯୦ଟି ଖାଲି ଅଛି । ଖାଲିଥିବା ବି.ଆର.ସି.ସି ପଦବିଗୁଡିକୁ ଲେବୁଲ -୩ ଶିକ୍ଷକମାନଙ୍କ ମଧ୍ୟରୁ ଭିଜନିଂ ଟେଷ୍ଟ ମାଧ୍ୟମରେ ବଛା ଯାଇ ଯଥାଶୀଘ୍ର ପୂରଣ କରାଯିବାର ବ୍ୟବସ୍ଥା କରାଯାଉଛି । ସେହିପରି ବ୍ଲକମାନଙ୍କରେ ଥିବା ବି.ଇ. ଓ ପଦୋନ୍ନତି ମାଧ୍ୟମରେ ସିଧାସଳଖ ଓ.ପି.ଏସ୍.ସି ମାଧ୍ୟମରେ ଚୟନ କରାଯାଇ ପୂରଣ କରିବା ପାଇଁ ପଦାକ୍ଷେପ ନିଆଯାଉଛି । ରାଜ୍ୟରେ ଖାଲି ଏ.ବି.ଇ.ଓ ପଦବୀ ଗୁଡିକୁ ଗୁଡିକୁ ପଦୋନ୍ନତି ମାଧ୍ୟମରେ ପୂରଣ କରିବା ପାଇଁ ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ ।