ସମ୍ବଲପୁରଠାରେ ସୈନିକ ସ୍କୁଲ ନିର୍ମାଣ ଅଗ୍ରଗତି ସମ୍ବନ୍ଧରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ସମ୍ବଲପୁରଠାରେ ନୃତନ ଭାବେ ନିର୍ମାଣ ହେବାକୁ ଥିବା ସୈନିକ ସ୍କୁଲ ନିମନ୍ତେ ଜମି ଚିହ୍ନଟ ତଥା ନିର୍ମାଣ କାର୍ଯ୍ୟ ତୁରନ୍ତ ଅଗ୍ରାଧିକାର ଭିତିରେ ତ୍ୱରାନ୍ୱିତ କରାଯିବା ସମ୍ଭନ୍ଧରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ |

ସଚିବାଳୟସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠ ରେ ଏଥି ସମ୍ବନ୍ଧୀୟ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ନନ୍ଦ ସୂଚନା ଦେଇ କହିଛନ୍ତି ଯେ ଚଳିତ ମାସ ସୁଦ୍ଧା ସୈନିକ ସ୍କୁଲର ଅଧକ୍ଷଙ୍କ ଠାରୁ ଏମ. ଓ .ୟୁ ର ଏକ ନକଲ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ହସ୍ତଗତ ହେବା କ୍ଷଣି ଆଗାମୀ ଜାନୁୟାରୀ ମାସ ଶେଷ ସୁଦ୍ଧା ସୈନିକ ସ୍କୁଲ ନିମନ୍ତେ ଜମି ଚିହ୍ନଟ ପ୍ରକ୍ରିୟା ତଥା ହସ୍ତାନ୍ତରିକରଣ ର ୧୫ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟର ଭୂମିପୂଜା କରିବା ଦିଗରେ ମନ୍ତ୍ରୀ ଦୃଢ୍ୟୋକ୍ତି ପ୍ରକାଶ କରିଛନ୍ତି | ଆଗାମୀ ଫେବୃୟାରୀ ୨୦୧୩ ଶୁଦ୍ଧା ନିର୍ମାଣ କାର୍ଯ୍ୟର ଆକଳନ ଓ ଅଟକଳ ପ୍ରସ୍ତୁତି ତଥା ପ୍ରଶାସନିକ ମଞ୍ଜୁରୀ ଦିଗରେ ଯନ୍ତ୍ରୀମୁଖ୍ୟ ତଥା ଶାସନ ସଚିବ ,ପୂର୍ତ୍ତ ଓ ନିର୍ମାଣ ବିଭାଗ ,କୋଠାବାଡି ର ମୁଖ୍ୟ ଯନ୍ତ୍ରୀ ଦାଖଲ କେଏଆରଆଇବିଇ ବୋଲି ମାନ୍ୟବର ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି | ସୂଚନାଯୋଗ୍ୟ ଯେ ଆଗାମୀ ମାର୍ଚ ମାସ ୧୫ ଶୁଦ୍ଧା ସୈନିକ ବିଦ୍ୟାଳୟର ଆନୁଷ୍ଠାନିକ ଭାବେ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବା ଲାଗି ବୈଠକରେ ସ୍ଥିରୀକୃତ ହୋଇଛି |

27 ASSAMBLY ENTER RABI NANDA,PRASANTA NANDA.ASHOKଉକ୍ତ ବୈଠକରେ ସଂପୃକ୍ତ ବିଭାଗର ପଦାଧିକାରୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶ୍ରୀମତୀ ଉଷା ପାଢୀ ,ଯନ୍ତ୍ରୀମୁଖ୍ୟ ତଥା ଶାସନ ସଚିବ, ପୂର୍ତ୍ତ ଓ ନିର୍ମାଣ ବିଭାଗ , ମୁଖ୍ୟଯନ୍ତ୍ରୀ ,ସୈନିକ ସ୍କୁଲ , ଭୁବନେଶ୍ଵର ର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ |

Share in top social networks!