ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହାଇଟେକ୍ ବସ ସେବାର ଶୁଭାରମ୍ଭ

tn_13-2-2014=1ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ପରିବହନ ଭବନ ଠାରେ ପତାକା ଦେଖାଇ ୨୯ଟି ହାଇଟେକ ବସ ସେବାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଦ୍ଵାରା କିଣାଯାଇଥିବା ଏହି ହାଇଟେକ ବସଗୁଡିକ ରାଜ୍ୟର ପାର୍ବତ୍ୟ ଓ ପଛୁଆ ଅଞ୍ଚଳରେ ଯାତାୟାତ କରିବ । ରାଜ୍ୟସରକାର ଅଂଶଧନ ବାବଦ ୮କୋଟି ଟଙ୍କା ଓ ପରିବହନ ନିଗମର ୧୭ କୋଟି ଟଙ୍କା ବ୍ୟୟ କରାଯାଇ ଏହି ବସ ଗୁଡିକ କିଣାଯାଇଛି । ଏହି ୨୯ଟି ବସ ସହିତ , OSRTC ର ବସ ସଂଖ୍ୟା ୪୭୦ କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ନିଗମ ଆସନ୍ତା ୫ ବର୍ଷ ମଧ୍ୟରେ ଏହାର ବସ ସଂଖ୍ୟା ଏକ ହଜାର କୁ ବୃଦ୍ଧିକରିବା ପାଇଁ ଲକ୍ଷ୍ୟ ରଖିଛି । ଚଳିତବର୍ଷ ଆହୁରି ୧୦୦ଟି ବସ କିଣାଯାଇ ମାଓ ଉପଦ୍ରବ ଅଞ୍ଚଳରେ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଛି । ଏହି ବସ ଚଳାଚଳ ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ଗମ ଅଞ୍ଚଳରେ ଏହି ବସ ଗୁଡିକ ଚଳାଚଳ ଦ୍ଵାରା ଯାତ୍ରୀମାନେ ସୁବିଧା ପାଇପାରିବେ । ବର୍ତ୍ତମାନ ସବୁଦାୟ ୯୧ଟି ହାଇଟେକ ବସ ଚଳାଚଳ କରୁଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୁବ୍ରତ ତରାଇ,ଭୁବନେଶ୍ଵର ମଧ୍ୟ ବିଧାୟକ ଶ୍ରୀ ବିଜୟ ମହାନ୍ତି,ଉତ୍ତର ବିଧାୟକ ଶ୍ରୀ ଭାଗିରଥି ବଡଜେନା,ଏକାମ୍ର ବିଧାୟକ ଶ୍ରୀ ଅଶୋକ ପଣ୍ଡା,ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!