ଜଳଭଣ୍ଡାର ,ନଦୀ ଓ ହ୍ରଦରେ ନୌଚାଳନା ନିରାପତ୍ତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ; ଦୃଢ ଯାଞ୍ଚ ଓ ସୁରକ୍ଷା ପାଇଁ ନିର୍ଦ୍ଦେଶ

47837ରାଜ୍ୟର ନଦୀ,ହ୍ରଦ ଓ ଅନ୍ୟାନ୍ୟ ଜଳଭଣ୍ଡାରରେ ନୌଚାଳନା ଓ ଯାତ୍ରୀ ନିରାପତ୍ତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ସମୀକ୍ଷା କରି ଏକ ଦୃଢ ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଆଲୋଚନା ଅନୁଯାୟୀ,ଡଙ୍ଗା ଗୁଡିକର ପଞ୍ଜୀକରଣ ପାଇଁ ଏହାର ଚଳାଚଳ ଉପଯୋଗୀତା,ଡଙ୍ଗାଚାଳକଙ୍କ ଦକ୍ଷତା ଓ ଦଙ୍ଗାର ଯାତ୍ରୀ କ୍ଷମତା ସମ୍ପର୍କରେ ବିଧିବଦ୍ଧ ଯାଞ୍ଚ କରାଯିବ । ଏଥିରେ ପଞ୍ଜୀକରଣ ପରେ ନିୟମିତ ଯାଞ୍ଚର ବ୍ୟାବସ୍ଥା କରାଯିବ । ଡଙ୍ଗାର ଯାତ୍ରୀବାହି କ୍ଷମତା ସମ୍ପର୍କରେ ବିଧିବଦ୍ଧ ସୂଚନା ରଖାଯିବ । ଏହା ସହିତ ସମସ୍ତ ଯାତ୍ରୀବାହି ଡଙ୍ଗାରେ ସବୁ ଯାତ୍ରୀଙ୍କ ପାଇଁ ସୁରକ୍ଷା ଜ୍ୟାକେଟ ରଖିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଏହା ସହିତ ନୌଚାଳକମାନଙ୍କ ପ୍ରଶିକ୍ଷଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ଏହି ସବୁ ବ୍ୟବସ୍ଥାର ଦୃଢ ଯାଞ୍ଚ କରାଯାଇ ନିୟମ ଖିଲାଫ କରିଥିବା ଡଙ୍ଗା କ୍ଷେତ୍ରରେ ଲାଇସେନ୍ସ ରଦ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ । ଓଡିଶା ବୋଟ ଅଧିନିୟମ ୨୦୦୪ କୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ । ସମସ୍ତ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ସବ୍ ଇନ୍ସପେକ୍ଟର ପାହ୍ୟା ଓ ଉପରସ୍ଥ ପୋଲିସ ଅଧିକାରୀ ଏବଂ ଅଗ୍ନିସମ ବିଭାଗର ଅଧିକାରୀମାନେ ଡଙ୍ଗାର ନିରାପତ୍ତା ସମ୍ପର୍କରେ ଯାଞ୍ଚ କରିପାରିବେ । ଏହି ସବୁ ନୂତନ ବ୍ୟବସ୍ଥା ଓ ନିୟମ କୁ କାର୍ଯ୍ୟକାରୀ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଅଧିନସ୍ଥ କୁ ଅଧିକ ସକ୍ରିୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ମୁଖ୍ୟଶାସନ ସଚିବ,ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ,ସ୍ଵତନ୍ତ୍ର ରିଲିଫ କମିଶନର ,ପରିବହନ ବିଭାଗ ସଚିବ ,ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!