ଓଡିଶା ରାଜ୍ୟ ସଡକ ପରିବହନ ନିଗମକୁ କମ ଦୁର୍ଘଟଣା ଓ ସର୍ବନିମ୍ନ ଖର୍ଚ୍ଚରେ ବସ ଚଳାଚଳ ନିମନ୍ତେ ଦେଶରେ ପ୍ରଥମ ପୁରସ୍କାର

47978
ଓଡିଶା ରାଜ୍ୟ ସଡକ ପରିବହନ ନିଗମ ୨୦୧୨-୧୩ ଆର୍ଥିକ ବର୍ଷରେ କିଲୋମିଟର ପିଛା ସର୍ବନିମ୍ନ ଖର୍ଚ୍ଚରେ ବସ ଚଳାଚଳ କରିବା ନିମନ୍ତେ ସାରାଦେଶରେ ପ୍ରଥମ ପୁରସ୍କାର ପାଇଛି । ଗତ ଜାନୁଆରୀ ମାସରେ ଏଏସଅରଟିୟୁ ଯୋଧପୁର ଠାରେ ହୋଇଥିବା ସମ୍ମିଳନୀରେ ଏକଲକ୍ଷ ଟଙ୍କା ଏବନ ଟ୍ରଫି ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି । ଏତଦ ଭିନ୍ନ ୨୦୧୧-୧୨ ଆର୍ଥିକ ବର୍ଷରେ ଦେଶରେ ସବୁଠାରୁ କମ ଦୁର୍ଘଟଣା ଘଟାଇଥିବା ନିଗମ ଭାବରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମକୁ ମଧ୍ୟ ପୁରସ୍କୃତ କରାଯାଇଛି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ନିଗମ ତାର ବସ ସଂଖ୍ୟା ୧୦୦୦କୁ ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବ ରଖିଛି । ଏଠି ନିମନ୍ତେ ସରକାର ପ୍ରତିବର୍ଷ ଆଠ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି । ଏ ବର୍ଷ ଆହୁରି ୧୦୦ ବସ କ୍ରୟ କରି ମାଓ ପ୍ରଭାବିତ ଅଞ୍ଚଳରେ ଚଳାଚଳ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଓଏସଆରଟିସିର ମୁଖ୍ୟ ପାରିଚାଳନା ନିର୍ଦ୍ଦେଶକ ଶ୍ରୀ ମନୋଜ ଛାବ୍ରା ପ୍ରକାଶ କରିଛନ୍ତି ।

Share in top social networks!