ଯୁକ୍ତଦୁଇ ଆନ୍ତଃକଲେଜ ବଲବ୍ୟାଡମିଣ୍ଟନ ପ୍ରତିଯୋଗିତା

47396
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଭୁବନେଶ୍ଵରସ୍ଥିତ ରାଜା ମାଧୁସୂଦନ ଦେବ ଜୁନିୟର କଲେଜ,ପଟିଆ ପ୍ରାଙ୍ଗଣରେ ଅନୁଷ୍ଠିତ ଆନ୍ତଃକଲେଜ ବଲବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବାଳକ ବିଭାଗରେ ମଠ କରଗୋଳା କଲେଜ,ଢେଙ୍କାନାଳର ପ୍ରତିଯୋଗୀ ଚମ୍ପିଅନ ହୋଇଛନ୍ତି । ବାଳକ ବିଭାଗର ଫାଇନାଲରେ ବାଙ୍କୀ କଲେଜ ମଠ କରଗୋଳା କଲେଜ,ଢେଙ୍କାନାଳକୁ ପରାସ୍ତ କରିଥିବା ବେଳେ ମହିଳାବିଭାଗରେ ମଠ କରଗୋଳା କଲେଜ,ଢେଙ୍କାନାଳ ଜି.ବି. ମହିଳା କଲେଜ,କାଦୁଆ ପଡାକୁ ପରାସ୍ତ କରିଥିଲା । ମ୍ୟାଚ ରେଫରୀ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ କଲେଜର ଅଧ୍ୟକ୍ଷ ଶ୍ରୀ ତ୍ରିଲୋଚନ ରଥ ଓ ଉଦଯାପନୀ ଉତ୍ସବର ମୁଖ୍ୟଅତିଥି ଡଃ ମମତା ପଣ୍ଡା,ଯୁଗ୍ମ ସଂପାଦକ,ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ବଲ୍ ବ୍ୟାଡମିଣ୍ଟନ ସଂଘର ସହ ସଂପାଦକ ସୁକାନ୍ତ କୁମାର ଦାସ କର୍ପୋରେଟର ଶ୍ରୀମତୀ ଜୟନ୍ତୀ ଜେନା,ସଞ୍ଜୟ କୁମାର ସେଠୀ,ଅଧ୍ୟାପକ ରାଜକିଶୋର ଭଞ୍ଜ ଓ ଚିନ୍ତନ ବ୍ରହ୍ମା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Share in top social networks!
Powered By Indic IME