କଟକ ମହାନଗର ନିଗମ ମେୟର ଭାବେ ଅନୀତା ବେହେରା ଓ ବାରିପଦା ପୌରପରିଷଦ ଅଧ୍ୟକ୍ଷାଭାବେ ବବିତା ଦାସ ନିର୍ଦ୍ଵନ୍ଦରେ ନିର୍ବାଚିତ

47963

କଟକ ମହାନଗର ନିଗମ ମେୟର ଭାବେ ୨୧ନମ୍ବର ୱାର୍ଡର ସଦ୍ୟ ନିର୍ବାଚିତା ବିଜୁ ଜନତା ଦଳର କର୍ପୋରେଟର ଶ୍ରୀମତୀ ଅନୀତା ବେହେରା ବିନା ପ୍ରତିଦ୍ଵନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ସେହିପରି ବାରିପଦା ପୌର ପରିଷଦର ଅଧ୍ୟକ୍ଷା ଭାବେ ୨୫ନମ୍ବର ୱାର୍ଡର ସଦ୍ୟ ନିର୍ବାଚିତା ବିଜୁ ଜନତା ଦଳର କାଉନସିଲର ଶ୍ରୀମତୀ ବବିତା ଦାସ ବିନା ପ୍ରତିଦ୍ଵନ୍ଦିତାରେ ନିର୍ବାଚିତ ହୋଇଛନ୍ତି ।ମେୟର ଭାବେ ଶ୍ରୀମତୀ ବେହେରା ନିର୍ବାଚିତ ହେବା ପରେ ସମସ୍ତ କର୍ପୋରେଟର,ମ୍ୟୁନିସିପାଲ କମିଶନର ଏବନ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇଥିଲେ । ସେହିପରି ବାରିପଦା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କୁ ବାରିପଦା ପୌରପାଳିକାର ସମସ୍ତ କାଉନସିଲର,ନିର୍ବାହୀ ଅଧିକାରୀ ଏବନ କର୍ମଚାରୀମାନେ ସ୍ଵାଗତ ଜଣାଇଛନ୍ତି । ମାର୍ଚ୍ଚ ୧ତାରିଖରେ ସିଏମସି ଡେପୁଟି ମେୟର ଓ ବାରିପଦା ପୌର ପାଳିକାର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ।

Share in top social networks!