ବିଏମସି ସହାରାଞ୍ଚଳରେ ମହାସମାଧାନ ଶିବିର

47391
ବିଏମସି ସହରାଞ୍ଚଳରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ସହ ତାର ସମାଧାନ ନିମନ୍ତେ ମହାସମାଧାନ ଶିବିର ଆୟୋଜନ ପାଇଁ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ବିଭା ତରଫରୁ ବ୍ୟବସ୍ଥା କରାଯାଇଛି । ଏହା ଆସନ୍ତା ଫେବୃଆରୀ ୧୫ ତାରିଖ ଶନିବାର ଦିନ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ,୧୮ତାରିଖ ମଙ୍ଗଳବାରଦିନ ସହୀଦ ନଗର କଲ୍ୟାଣ ମଣ୍ଡପ ଓ ୨୧ତାରିଖ ଶୁକ୍ରବାର ଦକ୍ଷିଣ ଚଣ୍ଡୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ । ଏହି ଶିବିର ସକାଳ ୧୦ଟା୩୦ମିନିଟଠାରୁ ଆରମ୍ଭ କରାଯିବ । ଏହିଶିବିରରେ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଗ୍ରାମ କେଶରୀ ମିଶ୍ର,ବି.ଏମ.ସିର କମିଶନର ଶ୍ରୀ ସଂଜୀବ ମିଶ୍ର ଓ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ସାହୁଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକର ଆଶୁ ସମାଧାନ ପାଇଁ ପଦକ୍ଷେପ ରହଣ କରିବେ । ଶିବିର ଆୟୋଜନ ସଙ୍କ୍ରାନ୍ତରେ ସମ୍ପୃକ୍ତ ଅଞ୍ଚଳର କର୍ପୋରେଟରଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିବା ପ୍ରକାଶ । ଜନସାଧାରଣ ଏହି ଶିବିରରେ ଯୋଗଦେଇ ରହିଥିବା ସମସ୍ୟା ସମାଧାନ ପାଇଁ ସୁଯୋଗ ନେଇ ପାରିବେ ବୋଲି କୁଆହାଯାଇଛି ।

Share in top social networks!