ଓଡିଶା ରାଜ୍ୟ ସଡକ ପରିବହନ ନିଗମର ୨୯ଟି ହାଇଟେକ୍ ବସ୍ ଯାତ୍ରୀସେବାରେ ନିୟୋଜିତ କରାଯିବ ।

47946
ଓଡିଶା ରାଜ୍ୟ ସଡକ ପରିବହନ ନିଗମର ୨୯ଟି ହାଇଟେକ୍ ବସ୍ ଆସନ୍ତା କାଲି ୧୩ଫେବୃୟାରୀ ପୂର୍ବାହ୍ନ ୧୦ଟା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜନସାଧାରଣଙ୍କ ଯାତ୍ରୀସେବାରେ ଉତ୍ସର୍ଗୀକୃତ କରାଯିବ । ଏହି ଉତ୍ସବରେ ଶ୍ରୀଯୁକ୍ତ ସୁବ୍ରତ ତରାଇ,ବାଣିଜ୍ୟ ପରିବହନ ମନ୍ତ୍ରୀ,ଶ୍ରୀ ପ୍ରସନ୍ନ କୁମାର ପାଟ୍ଟଶାଣୀ,ସାଂସଦ,ଭୁବନେଶ୍ଵର,ଶ୍ରୀ ବିଜୟ କୁମାର ମହାନ୍ତି,ବିଧାୟକ,ମଧ୍ୟ ଭୁବନେଶ୍ଵର,ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ବିଧାୟକ,ଏକାମ୍ର ଭୁବନେଶ୍ଵର,ଶ୍ରୀ ଭାଗିରଥୀ ବଡଜେନା,ବିଧାୟକ,ଉତ୍ତର ଭୁବନେଶ୍ଵର ଏବଂ ଅନନ୍ତ ନାରାୟଣ ଜେନା,ମେୟର ଭୁବନେଶ୍ଵର ଉପସ୍ଥିତ ରହିବେ । ସୂଚନାଯୋଗ୍ୟ ଯେ,ଏହି ହାଇଟେକ୍ ବସ୍ ଗୁଡିକ ଓଡିଶା ସରକାରଙ୍କର ୮କୋଟି ଟଙ୍କାର ଅଂଶଧନ ଓ ଓଡିଶା ସଡକ ପରିବହନ ନିଗମର ପୁଞ୍ଜି ବିନିଯୋଗ କରାଯାଇ କ୍ରୟ ବ୍କରାଯାଇଛି । ପାର୍ବତ୍ୟ ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ଯାତ୍ରୀସେବାରେ ଉନ୍ନତି ଆଣିବା ନିମନ୍ତେ ଏହା ପରିବହନ ବିଭାଗର ଏକ ବଳିଷ୍ଠ ପଦକ୍ଷେପ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଉକ୍ତ ୨୯ଟି ହାଇଟେକ୍ ବସ୍ କୁ ମିଶାଇ ରାଜ୍ୟରେ ସଡକ ପରିବହନ ନିଗମର ବସ୍ ସଂଖ୍ୟା ୪୭୦ କୁ ବୃଦ୍ଧି ପାଇଛି ।

Share in top social networks!