ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସରପଞ୍ଚ ଆରତୀ ଦେବୀ

47338
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ଢୁଙ୍କାପଡା ପଞ୍ଚାୟତର ସରପଞ୍ଚ ଆରତୀ ଦେବୀ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ । ସୂଚନାଯୋଗ୍ୟ ଯେ ଆରତୀ ଦେବୀ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଦ୍ଵାରା ମନୋନୀତ ହୋଇ ଏକ ୨୫ଦିନିଆ ଆମେରିକା ଗସ୍ତରେ ଫେବୃୟାରୀ ୧୫ତାରିଖରେ ଯାଉଛନ୍ତି । ସେଠାରେ ସେ ଆମେରିକା ପ୍ରଶାସନ ଦ୍ଵାରା ଆୟୋଜିତ international visitors leadership programm ରେ ଅଂଶଗ୍ରହଣ କାରିବେ । ଏହି କାର୍ଯ୍ୟକ୍ରମରେ ବିଶ୍ଵର ବିଭିନ୍ନ ଦେଶର ୨୨ଜଣ ପ୍ରତିନିଧି ଭାଗ ଦେଉଥିବା ବେଳେ,ଆରତୀଦେବୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭାରତର ଏକମାତ୍ର ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି । ବିକାଶ ଓ ସାମାଜିକ ପରିବର୍ତ୍ତନରେ ଉଲ୍ଲେଖନୀୟ ନେତୃତ୍ଵ ପାଇଁ ଆରତୀଦେବୀ ମନୋନୀତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁଶ୍ରୀ ଆରତୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ତାଙ୍କର ନେତୃତ୍ଵ ଏକ ଆଦର୍ଶ ଉଦାହରଣ ବୋଲି କହିଥିଲେ ।

Share in top social networks!